ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ନସରଲ୍ଲାହ ନିପାତ

ନୂଆଦିଲ୍ଲୀ : ତୀବ୍ର ହେବାରେ ଲାଗିଛି ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଲଢ଼େଇ। ଫଳରେ ଲେବାନନର ସାଧାରଣ ଲୋକମାନଙ୍କୁ ଏହାର ମୂଲ୍ୟ ଦେଉଛନ୍ତି । ହେଜବୁଲ୍ଲା ମୁଖ୍ୟ ନସରଲ୍ଲାହଙ୍କୁ ହତ୍ୟା କରାଯାଇଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆଇଡିଏଫ ଏକ୍ସରେ ଏକ ପୋଷ୍ଟରେ ଲେଖିଛି ଯେ ଆଇଡିଏଫ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ'ରେ ଏକ ପୋଷ୍ଟ ଜରିଆରେ କୁହାଯାଇଛି ଯେ, ନସରଲ୍ଲା ଏଣିକି ଦୁନିଆକୁ ଆତଙ୍କିତ କରିପାରିବ ନାହିଁ।

ଆଇଡିଏଫ ମୁଖପାତ୍ର ଡାନିଏଲ ହାଗୋରି କହିଛନ୍ତି, ଆମେ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାର ମୁଖ୍ୟ ହସନ ନସରଲ୍ଲା ଏବଂ ଦକ୍ଷିଣ କମାଣ୍ଡର ଅଲି କରାକୀଙ୍କ ସମେତ ଅନେକ କମାଣ୍ଡରଙ୍କୁ ନିପାତ କରିଛୁ। ଦକ୍ଷିଣ ବେରୁଟରେ ହେଜବୋଲ୍ଲା ମୁଖ୍ୟାଳୟ ଉପରେ ଶୁକ୍ରବାର କରାଯାଇଥିବା ଏୟାରଷ୍ଟ୍ରାଇକରେ ନସରଲ୍ଲା ଏବଂ ତା'ର ଝିଅ ଜୈନବ ନିହତ ହୋଇଛନ୍ତି। ଇସ୍ରାଏଲ ଶୁକ୍ରବାର ବେରୁତରେ ଏୟାର ଷ୍ଟ୍ରାଇକ୍ କରିଥିଲା, ଯାହା ପରେ ନସରଲ୍ଲାଙ୍କ ପାଖରେ ପହଞ୍ଚି ପାରିନଥିଲା। ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ଇସ୍ରାଏଲ ସେନା ଏହାକୁ ନିଶ୍ଚିତ କରିଛି।

Nasrallah

ଇସ୍ରାଏଲ୍ ଆକ୍ରମଣ ପରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତାଙ୍କ ସହ ଯୋଗାଯୋଗ କରାଯାଇପାରିବ ନାହିଁ ବୋଲି ଲେବାନନ୍ ସଶସ୍ତ୍ର ଗୋଷ୍ଠୀର ନ୍ୟୁଜ୍ ଏଜେନ୍ସି କହିଛି । ତେବେ ଏ ନେଇ ହିଜବୁଲ୍ଲା କହିଛି, ଆକ୍ରମଣ ପରେ ହସନ ନସରଲ୍ଲା ଭଲ ଅଛନ୍ତି । ସୂଚନାଯୋଗ୍ୟ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା କମାଣ୍ଡର ଇବ୍ରାହିମ ଅକିଲର ମୃତ୍ୟୁ ହୋଇଥିଲା । ଅକିଲର ପରିଚୟ ହିଜବୁଲ୍ଲାର ରାଡଓ୍ୱାନ ଫୋର୍ସର କମାଣ୍ଡର ଭାବେ ଜଣାଶୁଣା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+