Get Updates
Get notified of breaking news, exclusive insights, and must-see stories!

ଯୁଦ୍ଧ ଭିତରେ ନେତାନ୍ୟାହୁଙ୍କ ବଡ ଆକ୍ସନ , ବିଦାହେଲେ ପ୍ରତିରକ୍ଷା ମନ୍ତ୍ରୀ

ଯୁଦ୍ଧ ପରିସ୍ଥିତି ଭିତରେ ନିଜ ମନ୍ତ୍ରାଳୟର ରକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ମଙ୍ଗଳବାର ନିଜ ରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ କରିଛନ୍ତି। ୟୋବଙ୍କୁ ବାହାର କରିବା ପଛରେ ବିଶ୍ବାସର ସଂକଟ ଥିଲା ବୋଲି ନେତାନ୍ୟାହୁ ଯୁକ୍ତି ବାଢ଼ିଛନ୍ତି । ହମାସ ଓ ହିଜବୁଲ୍ଲା ବିରୋଧରେ ଯୁଦ୍ଧ ରଣନୀତିକୁ ନେଇ ୟୋବଙ୍କୁ ବିଶ୍ବାସର ସହ ନେଇ ପାରୁନଥିଲେ ନେତାନ୍ୟାହୁ। ଗାଜା ଓ ଲେବାନନ୍ ଯୁଦ୍ଧକୁ ନେଇ ଅନେକ ସମୟରେ ବେଞ୍ଜାମିନ୍ ଓ ନେତାନ୍ୟାହୁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା।

Israel s Benjamin Netanyahu

ଅନେକ ସମୟରେ ମତଭେଦ ରହୁଥିଲା। ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ପୂର୍ଣ୍ଣ ସହମତିର ଆବଶ୍ୟକତା ପଡୁଥିଲା । ହେଲେ ଗାଜା ଉପରେ ଆକ୍ରମଣ ଓ ଲେବାନନରେ ସ୍ଥଳ ଅଭିଯାନକୁ ୟୋବ୍ ସମର୍ଥନ କରୁନଥିଲେ । ଫଳରେ ଦୁହିଁଙ୍କ ଭିତରେ ମତଭେଦ ସୃଷ୍ଟି ହୋଇଥିଲା । ଏହି କାରଣରୁ ୟୋବ୍‌ଙ୍କ ମନ୍ତ୍ରୀପଦ କାଢ଼ି ନେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+