ଇରାନର ଆଣବିକ ଆଡ୍ଡା ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ ଡିଫେନ୍ସ ଫୋର୍ସ ଇରାନର ଆଣବିକ ଆଡ୍ଡାକୁ ହମଲା କରିବାକୁ ଯୋଜନା କରିଛି । ଇସ୍ରାଏଲର ଜଣେ ଅଧିକାରୀଙ୍କ କହିବା ମୁତାବକ, ମଧ୍ୟପ୍ରାଚ୍ୟ ଦେଶ ଇରାନ ସମେତ ବିଦ୍ରୋହୀ ଗୋଷ୍ଠୀ ଦୁର୍ବଳ ହେବା ପରେ ଇରାନର ନ୍ୟୁକ୍ଲିୟର ଠିକଣାରେ ଆକ୍ରମଣ କରିବାର ଏହା ଉଚିତ ସମୟ ।

ସେନା ଅଧିକାରୀମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି । ଆଇଡିଏଫ୍‌ ଅଧିକାରୀଙ୍କ ଅନୁସାରେ, ଲେବାନନରେ ହିଜ୍‌ବୁଲ୍ଲା ଦୁର୍ବଳ ପଡ଼ିବା ଏବଂ ସିରିଆରେ ବଶର ଅଲ୍‌-ଅସଦ ସରକାରର ପତନ ହେବା ପରେ ଇରାନ ଏକୁଟିଆ ହୋଇଯାଇଛି । ଏପରି ସ୍ଥିତିରେ ଇରାନ ନିଜ ଶକ୍ତି ବଢ଼ାଇବାକୁ ପରମାଣୁ କାର୍ଯ୍ୟକ୍ରମ ବଢ଼ାଇପାରେ । ଏଥିସହ ପରମାଣୁ ବୋମା ମଧ୍ୟ ତିଆରି କରିପାରେ । ତେଣୁ ଇରାନକୁ ଏଥିରୁ ରୋକିବାକୁ ହେବ ।

Benjamin Netanyahu

ଅନ୍ୟପକ୍ଷରେ ଇସ୍ରାଏଲ ସେନା ସିରିଆରେ ସୈନ୍ୟ ଠିକଣାରେ ଲଗାତର ଏୟାରଷ୍ଟ୍ରାଇକ୍‌ କରୁଛି । ଅଦ୍ୟାବଧି ଇସ୍ରାଏଲ ଆକ୍ରମଣରେ ସିରିଆର ୮୫%ରୁ ଅଧିକ ଏୟାର ଡିଫେନ୍ସ ସିଷ୍ଟମ୍ ନଷ୍ଟ ହୋଇସାରିଛି । ଏଥିସହ ସିରିଆର ନୌସେନା ଠିକଣାକୁ ମଧ୍ୟ ଟାର୍ଗେଟ କରାଯାଉଛି । ସିରିଆର ୧୫ ନୌସେନା ଜାହାଜ ନଷ୍ଟ ହୋଇସାରିଛି ।

ସେହିପରି ଆଇଡିଏଫ ଲେବାନନ୍‌ର ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ଆକ୍ରମଣ କରିଛି । ଏହି ଆତଙ୍କବାଦୀମାନେ ଇସ୍ରାଏଲ୍ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଇସ୍ରାଏଲ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+