ହାଇ ଆଲର୍ଟ ଜାରିକଲା ଇସ୍ରାଏଲ, ଜାଣନ୍ତୁ କାରଣ...

ଇସ୍ରାଏଲ୍ ଉପରେ ହମାସ୍ ଆକ୍ରମଣକୁ ଆଜି ଏକବର୍ଷ ପୁରଣ ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ - ଆଇ.ଡି.ଏଫ୍‌. କହିଛି, ଗାଜାରୁ ଅଧିକ ଦୂରତ୍ୱ ପର୍ଯ୍ୟନ୍ତ ଯାଇପାରୁଥିବା ରକେଟ୍ ତଥା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ବ୍ୟବହାର ଆଶଙ୍କାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଗାଜା ନିକଟରେ ଅଧିକ ସୈନ୍ୟ ମୁତୟନ କରାଯାଇଛି । ଇସ୍ରାଏଲ୍‌ର ବୀରସେବାସ୍ଥିତ ଏକ ବସ୍‌ଷ୍ଟାଣ୍ଡରେ ଜଣେ ବନ୍ଧୁକଧାରୀଙ୍କ ଗୁଳିଚାଳନାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିଲେ । ସୁରକ୍ଷା କର୍ମୀଙ୍କ ପାଲଟା ଗୁଳିମାଡ଼ରେ ବେଦୁଇନ୍ ସଂଖ୍ୟାଲଘୁ ସଦସ୍ୟ ଥିବା ଏହି ବନ୍ଧୁକଧାରୀ ନିହତ ହୋଇଥିଲା । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଉତ୍ତର ସୀମା ନିକଟବର୍ତ୍ତୀ ହିଜବୁଲ୍ଲାର ଦୃଢ଼ ନିୟନ୍ତ୍ରଣରେ ଥିବା ଅଞ୍ଚଳଠାରୁ କିଛି ମିଟର ଦୂରତାରେ ଥିବା ଇସ୍ରାଏଲ୍ ସୈନ୍ୟଙ୍କୁ ଭେଟିଥିଲେ ।

PM Netanyahu

ସୈନିକଙ୍କ ପ୍ରୟାସ ଏବଂ ସାମର୍ଥ୍ୟକୁ ସେ ଉଚ୍ଚ ପ୍ରସଂଶା କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ସୈନିକଙ୍କୁ ସମ୍ବୋଧନ କରି ଆଇ.ଡି.ଏଫ୍‌. ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହାଜି ହାଲେଭି କହିଛନ୍ତି, ଇସ୍ରାଏଲ୍ ସେନା ହମାସ ଏବଂ ହିଜିବୁଲ୍ଲା ବିରୋଧରେ ସଫଳ ପଦକ୍ଷେପ ନେଇଛି । ଗତବର୍ଷ ଅକ୍ଟୋବର ୭ ତାରିଖରେ ସୁରକ୍ଷା ବିଫଳତାକୁ ସେ ସ୍ୱୀକାର କରିବା ସହ ଏହାର ଦୃଢ଼ ପ୍ରତ୍ୟୁତ୍ତର ଦେବାରେ ଇସ୍ରାଏଲ୍‌. ସଫଳ ହୋଇଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+