ଗାଜା ଉପରେ ଭୟଙ୍କର ଏୟାରଷ୍ଟ୍ରାଇକ୍ କଲା ଇସ୍ରାଏଲ, ୨୪ ଜଣଙ୍କ ଗଲା ଜୀବନ
ପୁଣି ଥରେ ଗାଜାରେ ଏୟାରଷ୍ଟ୍ରାଇକ୍ ଆରମ୍ଭ କରିଛି ଇସ୍ରାଏଲ। ରବିବାର ଗାଜାର ଏକ ମସଜିଦ ଉପରେ ଇସ୍ରାଏଲ ରକେଟ୍ ମାଡ଼ କରିଛି। ଏଥିରେ ଅତିକମ୍ରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ଇସ୍ରାଏଲ ଓ ହମାସ ଯୁଦ୍ଧକୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଛି, ଗାଜା ମସ୍ଜିଦ୍ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି।
ଫଳରେ ଏହି ଆକ୍ରମଣରେ ଅତି କମ୍ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ରୀୟ ଗାଜା ଅଞ୍ଚଳର ଦେର୍ ଅଲ୍-ବଲାହସ୍ଥିତ ଅଲ୍-ଆକସା ହସ୍ପିଟାଲ ନିକଟରେ ଥିବା ଏକ ମସ୍ଜିଦ ଉପରେ ଏହି ଆକ୍ରମଣ ହୋଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ମସ୍ଜିଦ୍ରେ ବିସ୍ଥାପିତ ଲୋକ ରହୁଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଏହି ଏୟାରଷ୍ଟ୍ରାଇକ୍ ସମ୍ପର୍କରେ ଇସ୍ରାଏଲ ସେନା ଏକ ବିବୃତ୍ତିରେ କହିଛି ଯେ, ଦେର୍ ଅଲ୍-ବଲାହ ଅଞ୍ଚଳରେ ଥିବା 'ଶୁହାଦା ଅଲ-ଆକ୍ସା' ମସ୍ଜିଦରେ ଥିବା ହମାସ ଆତଙ୍କବାଦୀଙ୍କ ଉପରେ ଏକ ବଡ଼ଧରଣର ଆକ୍ରମଣ କରାଯାଇଥିଲା। ଏହି ଆତଙ୍କବାଦୀମାନେ ଏଠାରେ ଆଡ୍ଡା ଜମାଇ ଟାର୍ଗେଟ୍ କରୁଥିଲେ। କହିରଖୁ ଯେ, ଗାଜାରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି।
ଗୋଟିଏ ପଟେ ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଏବଂ ଅନ୍ୟ ପଟେ ପୋଲିଓ ଅଭିଯାନ ଭଳି ମାନବିକ ସହାୟତା ମଧ୍ୟ ଜାରି ରହିଛି। ଏଭଳି ପରିସ୍ଥିତିରେ ଗାଜା ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ଅନ୍ୟପକ୍ଷରେ, ହଜାର ହଜାର ଇସ୍ରାଏଲ ନାଗରିକଙ୍କୁ ହତ୍ୟା ଏବଂ ବନ୍ଧକ ରଖିବା ପରେ ଇସ୍ରାଏଲ ହମାସ ବିରୋଧରେ ଅଭିଯାନକୁ ଜୋରଦାର କରିଛି।












Click it and Unblock the Notifications