ଗାଜା ଉପରେ ପୁଣି ବଡ ଆକ୍ରମଣ କଲା ଇସ୍ରାଏଲ, ୧୦୦ ମୃତ

ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ ଜାଣି ରହିଛି । ଇସ୍ରାଏଲ ସେନାର ସଦ୍ୟତମ ବିମାନ ଆକ୍ରମଣରେ ରବିବାର ସକାଳଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ୧୦୦ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ରହିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ମିଶାଇ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୮୦୦୦ରେ ପହଞ୍ଚିଛି ।

Israel

ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ଗାଜା ସହରର ଏକ ବଜାରରେ କ୍ଷେପଣାସ୍ତ୍ର ମାଡ କରିଥିଲା । ଯେଉଁଥିରେ ଚିକିତ୍ସା ପରାମର୍ଶଦାତା ଅହମ୍ମଦ କଣ୍ଡିଲଙ୍କ ସମେତ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା । ଇସ୍ରାଏଲର ସବୁଠାରୁ ଭୟଙ୍କର ଆକ୍ରମଣ ନୁସେରାତ ଶରଣାର୍ଥୀ ଶିବିରରେ ହୋଇଥିଲା । ଯେଉଁଠାରେ କ୍ଷେପଣାସ୍ତ୍ର ଆକ୍ରମଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଥିଲେ । ଏହି ଆକ୍ରମଣରେ ୧୭ଜଣ ଆହତ ହୋଇଛନ୍ତି ।
ଏହି ଆକ୍ରମଣ ଉପରେ ଇସ୍ରାଏଲୀ ସେନା ସ୍ପଷ୍ଟ କରିଛି ଯେ ଏବେ ଗାଜାର ସରକାରୀ କର୍ମଚାରୀ, ପୁଲିସ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରାଯାଉଛି । ସେନା ରବିବାର ସକାଳେ ପାଲେଷ୍ଟାଇନୀ ସେନାର ବିମାନ ଘାଟୀ ଉପରେ ଟାର୍ଗେଟ କରିଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ଷେପଣାସ୍ତ୍ରଟି ଭୁଲ ବାଟରେ ଯାଇ ପିଲାମାନଙ୍କ ଉପରେ ପଡିଥିଲା । ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ଏ ପର୍ଯ୍ୟନ୍ତ ଗାଜାରେ ବାସ କରୁଥିବା ୨୦ ଲକ୍ଷ ପାଲେଷ୍ଟାଇନ ନାଗରିକ ଖାଦ୍ୟ ପାଇଁ ରେଡକ୍ରସ ପକ୍ଷରୁ ଖୋଲାଯାଇଥିବା ରିଲିଫ୍‌ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+