ଲେବାନନ ଉପରେ ଭୟଙ୍କର ଆକ୍ରମଣ କଲା ଇସ୍ରାଏଲ୍
ଲେବାନନ୍ର ହେଜ୍ବୋଲା ଓ ହମାସ୍ ଅଧ୍ୟୁଷିତ ଅଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ ବୋମାମାଡ଼ କରାଯାଇଛି । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡ଼ିଓରୁ ଜଣାପଡ଼ିଛି, ଇସ୍ରାଏଲ୍ର ଆକ୍ରମଣରେ ଉପକୂଳ ସହର ସିଡୋନ୍ରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଅଞ୍ଚଳରେ ଧୂଆଁ ବ୍ୟାପି ଯାଇଛି ।

ଗତକାଲି ଆକାଶ ମାର୍ଗରୁ କରାଯାଇଥିବା ଏହି ଆକ୍ରମଣ ଆଜି ସକାଳ ପର୍ଯ୍ୟନ୍ତ ଚାଲିଥିଲା । ଲେବାନନ୍ ସରକାରୀ ଜାତୀୟ ସମ୍ବାଦ ସଂସ୍ଥା ପକ୍ଷରୁ କୁହାଯାଇଛି, ଏହି ଆକ୍ରମଣ ଫଳରେ ସିଡୋନ୍ର ଶିଳ୍ପାଞ୍ଚଳରେ ଅନେକଗୁଡ଼ିଏ ବ୍ୟବସାୟିକ ଘର ଭାଙ୍ଗି ଯାଇଛି । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ ଆଜି ସକାଳେ ଜାରି ବିବୃତ୍ତିରେ କୁହାଯାଇଛି, ସେଠାରେ ଥିବା ଅସ୍ତ୍ରାଗାର ଓ ସାମରିକ ଢାଞ୍ଚାକୁ ନଷ୍ଟ କରିବା ପାଇଁ ଏହି ଆକ୍ରମଣ ଉଦ୍ଦିଷ୍ଟ ଥିଲା । ଏହି ଆକ୍ରମଣରେ ଦକ୍ଷିଣ ଲେବାନନ୍ ସ୍ଥିତ ହମାସର ଅସ୍ତ୍ରାଗାରକୁ ମଧ୍ୟ ନଷ୍ଟ କରାଯାଇଥିବା ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ।












Click it and Unblock the Notifications