ହିଜବୁଲାର ଅନେକ ଲିଡରଙ୍କୁ ନିପାତ କଲା ଇସ୍ରାଏଲ୍‌!

ନୂଆଦିଲ୍ଲୀ: ପାଲେଷ୍ଟାୟୀନ ଅଶାନ୍ତି ଜାରି ରହିଛି । ଇସ୍ରାଏଲ ସେନାର ଜନବହୁଳ ସ୍ଥାନରେ ପ୍ରହାର ଜାରି ରଖିଛି । ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇସ୍ରାଏଲ ଗତ କିଛି ଦିନ ହେବ ଇରାନ ସମର୍ଥିତ ଗୋଷ୍ଠୀ ହିଜବୁଲ୍ଲା ଉପରେ ଆକ୍ରମଣ କରୁଛି । ଏହି ସମୟରେ ଇସ୍ରାଏଲ ହିଜବୁଲ୍ଲାର ଗଡ ଭାଙ୍ଗି ଦେଇଛି ଏବଂ ସଙ୍ଗଠନର ମୁଖ୍ୟ ହାସନ ନସରଲ୍ଲାଙ୍କ ସମେତ ଏହାର ଉତ୍ତରାଧିକାରୀଙ୍କ ସମେତ ଅନେକ ପ୍ରମୁଖ ସଦସ୍ୟଙ୍କୁ ନିପାତ କରିଛି ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଅସ୍ତ୍ରବିରତି ପ୍ରସ୍ତାବର ସର୍ତ୍ତାବଳୀକୁ ଗ୍ରହଣ କରିବା ଏବଂ ଲିଟାନି ନଦୀର ଉତ୍ତରରେ ଥିବା ନିଜ ସେନା ପ୍ରତ୍ୟାହାର କରିବାକୁ ଇରାନ ହିଜବୁଲ୍ଲାକୁ କହିଛି । ଲେବନାନର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ଲଢ଼େଇ ଶେଷ କରିନାହାଁନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଲେବନାନର ଅସ୍ତ୍ରବିରତି ନେଇ ଆଲୋଚନାରେ ଅଗ୍ରଗତି ହୋଇଛି ।

Israel kills many Hezbollah leaders

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଡିଓନ ସାର୍ କହିଛନ୍ତି ହିଜବୁଲ୍ଲା ବିରୋଧରେ ଏହାର ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । କୌଣସି ଅସ୍ତ୍ରବିରତି ଚୁକ୍ତି ସମ୍ମୁଖରେ ମୁଖ୍ୟ ଆହ୍ୱାନ ହେବ । ଯଦିଓ ଆଲୋଚନାରେ କିଛି ଅଗ୍ରଗତି ହୋଇଛି କିଛି ପଜିଟିଭ ଆଶା କରାଯାଇପାରେ । ସୀମାଠାରୁ ପ୍ରାୟ ୨୦ ମାଇଲ ଦୂର ଲିଟାନି ନଦୀର ଉତ୍ତରରେ ହିଜବୁଲ୍ଲା ପଛକୁ ହଟିବାକୁ ଇସ୍ରାଏଲ ଚାହୁଁଛି ବୋଲି ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଇସ୍ରାଏଲ ସେନାର ଅଧିକାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+