କତର୍ ପରେ ୟେମେନରେ ଇସ୍ରାଏଲର ଆକ୍ରମଣ, ୩୫ ମୃତ
କତର୍ ରାଜଧାନୀ ଦୋହାରେ ହମାସ ନେତାମାନଙ୍କୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ୟେମେନର ରାଜଧାନୀ ସନାରେ ଆଜି ଇସ୍ରାଏଲ୍ କ୍ଷେପଣାସ୍ତ୍ର ମାଡ଼ କରିଛି।ଏହି ଆକ୍ରମଣରେ ଅତି କମରେ ୩୫ ଜଣ ହାଉତିଙ୍କ ମୃତ୍ୟୁ ଘଟିଥିବାବେଳେ ୧୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।ୟେମେନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସନା ଏବଂ ଅଲ-ଜାଫ୍ ଉପରେ ଇସ୍ରାଏଲ୍ କରିଥିବା ଆକ୍ରମଣରେ ୧୩୦ ଆହତଙ୍କ ମଧ୍ୟରୁ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅଧିକାଂଶ ମୃତ୍ୟୁ ରାଜଧାନୀ ସାନାରେ ଘଟିଛି, ଯେଉଁଠାରେ ସାମରିକ ମୁଖ୍ୟାଳୟ ଏବଂ ଏକ ଇନ୍ଧନ ଷ୍ଟେସନ୍ ବିମାନ ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା । ବିମାନ ଆକ୍ରମଣରେ ଆହତଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି ଏବଂ ଅନେକଙ୍କ ଅବସ୍ଥା ଗୁରୁତର ରହିଛି, ଯାହା ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ରାଜଧାନୀରେ ସାଧାରଣ କାର୍ଯ୍ୟକଳାପ ଚାଲିଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା । ହଠାତ୍ ଆକ୍ରମଣ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ହସ୍ପିଟାଲଗୁରେ ଆହତ ଲୋକଙ୍କର ଭିଡ଼ ଜମିଥିଲା ।

ଉଦ୍ଧାରକାରୀ ଦଳ ଅନ୍ୟ ପୀଡିତଙ୍କ ସନ୍ଧାନ ଜାରି ରଖିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଇଛି। ଏୟାର ଷ୍ଟ୍ରାଇକ୍ରେ ୨ଟି ବଡ଼ କୋଟା ଧ୍ବଂସ ହୋଇଯାଇଛି ଏବଂ ଅନେକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ହୁତି ପରିଚାଳିତ ଅଲ୍ ମାସିରା ଟିଭି ଅନୁଯାୟୀ, ଏହି ଚଢ଼ଉ ଦକ୍ଷିଣ-ପଶ୍ଚିମ ସନାରେ ଥିବା ସ୍ବାସ୍ଥ୍ୟ ଓ ସାଧାରଣ ପ୍ରଶାସନ କୋଠାକୁ ଟାର୍ଗେଟ୍ କରି କରାଯାଇଛି। ଏକ ବିବୃତିରେ ଇସ୍ରାଏଲ ସେନା ଏହି ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ ହୁତି ବିଦ୍ରୋହୀଙ୍କ କମାଣ୍ଡ ସେଣ୍ଟର୍ ଓ ପ୍ରଚାର କେନ୍ଦ୍ରକୁ ଟାର୍ଗେଟ୍ କରି ଆମେ ଆକ୍ରମଣ କରିଛୁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, କିଛି ଦିନ ପୂର୍ବରୁ ଇସ୍ରାଏଲର ରାମୋନ୍ ବିମାନବନ୍ଦର ଉପରେ ହୁତି ଡ୍ରୋନ୍ ଆକ୍ରମଣର ଜବାବରେ ଏହି ଆକ୍ରମଣ ହୋଇଛି।












Click it and Unblock the Notifications