ଇସ୍ରାଏଲ ସେନାର ବଡ଼ ଦାବି, ହମାସର ଏହି ନେତା ନିହତ
ଇସ୍ରାଏଲ ସେନା ଗତକାଲି ଘୋଷଣା କରିଛି ଯେ ଖାନ୍ ୟୁନିସ୍ରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ହାମାସର ବରିଷ୍ଠ ଅଧିକାରୀ ଇଜ୍ ଅଲ୍- ଦିନ କସାବ ନିହତ ହୋଇଛି। ଗାଜା ଉପତ୍ୟକାର ଅନ୍ୟ ଗୋଷ୍ଠୀମାନଙ୍କ ସହ ସମନ୍ବୟ ରକ୍ଷା କରିବାରେ ସମ୍ପୃକ୍ତ ଥିବା ଶେଷ ଉଚ୍ଚ ପଦସୁ ହମାସ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ କସାବ ଅନ୍ୟତମ ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ହାମାସ ଏକ ବିବୃତିରେ କସାବଙ୍କ ମୃତ୍ୟୁକୁ ନିଶ୍ଚିତ କରି କହିଛି ଯେ ହାମାସର ଅନ୍ୟ ଜଣେ ଅଧିକାରୀ ଆୟମାନ ଆୟେଶାଙ୍କ ସହ ତାଙ୍କ ଗାଡ଼ି ଉପରେ ଇସ୍ରାଏଲର ଆକ୍ରମଣରେ ସେ ନିହତ ହୋଇଥିଲେ। ହାମାସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗାଜାରେ କସାବ ନେତୃତ୍ବ ନେଉଥିଲେ ମଧ୍ୟ ସଂଗଠନର୍ ରାଜନୈତିକ ନିଷ୍ପରି ଗ୍ରହଣ କରିବା କ୍ଷେତ୍ରରେ ତାଙ୍କର କୌଣସି ଭୂମିକା ନଥୁଲା ।












Click it and Unblock the Notifications