ପ୍ରତିଶୋଧ ନେଉଛି ଇସ୍ରାଏଲ: ହମାସର ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ୍
Israel Is Taking Revenge: ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ୧୧ ଶହ ଟପିଲା । ଧିରେ ଧିରେ ଭୟଙ୍କର ରୂପ ନେଉଛି ଯୁଦ୍ଧ । ଇସ୍ରାଏଲ ଉପରେ ହମାସ ଆତଙ୍କୀ ସଙ୍ଗଠନ ଆକ୍ରମଣ ପରେ ଯୁଦ୍ଧା ଡାକରା ଦେଇଛି ଇସ୍ରାଏଲ । ଗାଜା ସ୍ଥିତ ହମାସର ବିଭିନ୍ନ ସ୍ଥାନରେ ଇସ୍ରାଏଲ ଏୟାରଫୋର୍ସ ଆଟାକ୍ କରିଛି । ଇସ୍ରାଏଲର ଲଢୁଆ ବିମାନ ଗାଜା ପଟ୍ଟି ସ୍ଥିତ ହମାସ ଆତଙ୍କବାଦୀଙ୍କ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିବା ନେଇ ସୂଚନା ରହିଛି ।
ସୂଚନାଥାଉ ଯେ, ଗତ ଶନିବାର ଦିନ ହମାସ ଆତଙ୍କବାଦୀ ଇସ୍ରାଏଲର ପ୍ରମୁଖ ସହର ଉପରେ ୫ ହଜାର ମିସାଇଲ ମାଡ଼ କରିବା ସହ ସହର ଭିତରେ ପ୍ରବେଶ କରି ସାଧାରଣ ନାଗରିକଙ୍କ ହତ୍ୟା କରିବା ସହ ଦୁଇ ଶହରୁ ଅଧିକ ଲୋକଙ୍କୁ ଅପହରଣ କରିଥିବା ନେଇ ସୂଚନା ରହିଛି । ମହିଳା, ଶିଶୁଙ୍କୁ ଏପରିକି ବୃଦ୍ଧ ଲୋକଙ୍କୁ ମଧ୍ୟ ଆତଙ୍କବାଦୀ ମାନେ ଆକ୍ରମଣ କରିବା ପାଇଁ ପଛାଇ ନାହାଁନ୍ତି ।

ଇସ୍ରାଏଲ ଆତଙ୍କବାଦୀ ଆକ୍ରମଣର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ଗାଜା ପଟ୍ଟି ଉପରେ ଜୋରଦାରପ ପାଲଟା ଆକ୍ରମଣ କରୁଛି ଇସ୍ରାଏଲ ସେନା । ଥରକରେ ୬୦ଟି ଇସ୍ରାଏଲ ଲଢୁଆ ବିମାନ କରୁଛି ଆକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଗାଜା ଉପରେ ୪ ଥର ଏୟାର ଷ୍ଟ୍ରାଇକ୍ ହୋଇଛି ।
ଖବର ରହିଛି ଯେ, ହମସାର ୮୦୦ଟି ଠିକଣା ଉପରେ ଆକ୍ରମଣ ହୋଇଛି । ତେବେ ଗତକାଲି ଅର୍ଥାତ୍ ରବିବାର ଦିନ ଅପରାହ୍ନ ୩ଟା ବେଳେ ଗାଜା ପଟ୍ଟି ଉପରେ ପ୍ରଥମ ଥର ଇସ୍ରାଏଲ ଆକ୍ରମଣ କରିଥିଲା । ମସଜିଦ୍ , ହମାସ ଆତଙ୍କୀ ଶିବିର ଏବଂ ୩ଟି ସୁଡଙ୍ଗ ଉପରେ ବୋମା ମାଡ଼ କରିଛି ଇସ୍ରାଏଲ ସେନା ।












Click it and Unblock the Notifications