Israel-Iran War: ଇରାନକୁ ଚେତାବନୀ ଦେଲା ଆମେରିକା, ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ସହ କଥା ହେଲା
ଆମେରିକାର ବଡ ଚେତାବନୀ। ଇରାନକୁ ଚେତାବନୀ ଦେଲା ଆମେରିକା । ଭୟାନକ ପରିଣାମ ଭୋଗିବ କହିଲା ଆମେରିକା । ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ସହ କଥା ହେଲା ଆମେରିକା। ହ୍ବାଇଟ ହାଉସ୍ରେ ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ବୈଠକ । ଇସ୍ରାଏଲ୍କୁ ସହଯୋଗ ପାଇଁ ସେନାକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ।
ଆମେରିକାର ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ ମୋର ନିର୍ଦ୍ଦେଶରେ ଆମେରିକାର ସୈନ୍ୟବାହିନୀ ଇସ୍ରାଏଲର ପ୍ରତିରକ୍ଷାକୁ ସକ୍ରିୟ ଭାବରେ ସମର୍ଥନ କରିଛନ୍ତି ଏବଂ ଆମେ ଏହାର ପ୍ରଭାବକୁ ମଧ୍ୟ ଆକଳନ କରୁଛୁ, କିନ୍ତୁ ବର୍ତ୍ତମାନ ଆମେ ଜାଣୁ ଯେ ଇରାନ ଦ୍ୱାରା ହୋଇଥିବା ଏହି ଆକ୍ରମଣ ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ଏହା ଫଳପ୍ରଦ ନୁହେଁ ଇସ୍ରାଏଲର ସାମରିକ ସାମର୍ଥ୍ୟ ଏବଂ ଆମେରିକାର ସୈନ୍ୟବାହିନୀର ଏହା ପ୍ରମାଣ ବୋଲି ସେ କହିଛନ୍ତି।
ବାଇଡେନ କହିଛନ୍ତି ଯେ ଏହି ଆକ୍ରମଣର ପୂର୍ବାନୁମାନ ଏବଂ ପ୍ରତିରକ୍ଷା ପାଇଁ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଗଭୀର ଯୋଜନାର ପ୍ରମାଣ ମଧ୍ୟ ଅଟେ । ବାଇଡେନ କହିଛନ୍ତି ଯେ ଆମେରିକା ଇସ୍ରାଏଲକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରେ ଏବଂ ମୁଁ ମୋର ସମସ୍ତ ଜାତୀୟ ସୁରକ୍ଷା ଦଳ ସହିତ ସିଟ୍ୟୁସନ ରୁମରେ ସକାଳ ଏବଂ ଅପରାହ୍ନର ବୈଠକ3 କିଛି ସମୟ ଅତିବାହିତ କରିଛି ଏବଂ ସିଧାସଳଖ ଇସ୍ରାଏଲୀୟମାନଙ୍କ ସହିତ ପରାମର୍ଶ କଲି । ଜାତୀୟ ସୁରକ୍ଷା ପାଇଁ ମୁଁ କହିଛି । ବାଇଡେନ କହିଛନ୍ତି ଯେ ଆମେ ଇସ୍ରାଏଲର ଅଧିକାରୀ ଏବଂ ସେମାନଙ୍କ ସହକର୍ମୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ ।

ଇସ୍ରାଏଲ ଉପରେ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବାଇଡେନ କହିଛନ୍ତି ଯେ ମଧ୍ୟ ପୂର୍ବରେ ଘଟୁଥିବା ଘଟଣାଗୁଡ଼ିକୁ ଆମେରିକା ଅତି ନିକଟରୁ ନଜର ରଖିଛି ଏବଂ ଇସ୍ରାଏଲର ପ୍ରତିରକ୍ଷା ପାଇଁ ପ୍ରତିବଦ୍ଧ ।
ଲେବାନନ୍ ଉପରେ ଇସ୍ରାଏଲ ସେନାର ଘନ ଉପରେ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି । ଇରାନ ଇସ୍ରାଏଲ ବିରୋଧରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। କେନ୍ଦ୍ରୀୟ ଇସ୍ରାଏଲ ସମେତ ସମସ୍ତ ପ୍ରମୁଖ ଅଞ୍ଚଳକୁ ଟାର୍ଗେଟ୍ କରି ଇରାନ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି ।
ଆମେ ଯଦି ଦେଖିବା ଭାରତୀୟ ସମୟ ରାତି ୧୦ଟା ୨୦ରୁ ତୀବ୍ର ଆକ୍ରମଣ ଆରମ୍ଭ ହୋଇଛି ଏବଂ ମାତ୍ର ୧୦ ମିନିଟ୍ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୪ ଶହ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନେକ ଟାର୍ଗେଟ୍ରେ ପହଞ୍ଚୁଥିବାରୁ ଭୟାନକ ସ୍ଥିତି ଉପୁଜିଛି । ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଆଶ୍ରୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଇରାନ୍, ୟେମେନ୍, ସିରିୟା ଓ ଇରାକ୍ରୁ ମିଳିତ ଆକ୍ରମଣ ହେଉଥିବାରୁ ଇସ୍ରାଏଲକୁ ସହାୟତା କରିବାକୁ ଆଗେଇଆସିଛି ଆମେରିକା । ଇରାନ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୟୋଗ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି। ହ୍ୱାଇଟ୍ ହାଉସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲ ବିରୋଧରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତି ଚଳାଇଛି । ହ୍ବାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି, ଏହି ଆକ୍ରମଣରୁ ଇସ୍ରାଏଲକୁ ରକ୍ଷା କରିବା ପାଇଁ ଆମେ ସକ୍ରିୟ ଭାବେ ରକ୍ଷଣାତ୍ମକ ପ୍ରସ୍ତୁତିକୁ ସମର୍ଥନ କରୁଛୁ । ଇସ୍ରାଏଲ ବିରୋଧରେ ଇରାନର ସିଧାସଳଖ ସାମରିକ ଆକ୍ରମଣ ଇରାନ ପାଇଁ ଭୟଙ୍କର ପରିଣାମ ଆଣିବ ବୋଲି ମଧ୍ୟ ଆମେରିକା ଚେତାଇ ଦେଇଛି।












Click it and Unblock the Notifications