ଇସ୍ରାଏଲ୍‌-ଇରାନ୍ ଉତ୍ତେଜନା; ଟ୍ରମ୍ପ ଡାକିଲେ ବଡ଼ ବୈଠକ; ଜାତୀୟ ସୁରକ୍ଷା ପରିଷଦ ବୈଠକ ଡାକିଲେ ଟ୍ରମ୍ପ୍

ଇସ୍ରାଏଲ୍‌-ଇରାନ୍ ଉତ୍ତେଜନା; ଟ୍ରମ୍ପ ଡାକିଲେ ବଡ଼ ବୈଠକ । ଜାତୀୟ ସୁରକ୍ଷା ପରିଷଦ ବୈଠକ ଡାକିଲେ ଟ୍ରମ୍ପ୍ ।

ଇସ୍ରାଏଲ୍‌-ଇରାନ୍ ଉତ୍ତେଜନା ଭିତରେ ଟ୍ରମ୍ପ୍‌ଙ୍କ ବଡ଼ ବୟାନ । ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପ୍‌ଙ୍କ କଡ଼ା ଚେତାବନୀ । 'ଇରାନ୍‌ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ,ମୁଁ ବାରମ୍ବାର କହିଛି' । ଇରାନ୍ ଚୁକ୍ତିନାମାରେ ସ୍ୱାକ୍ଷର କରିବା ଉଚିତ୍ ହୋଇଥାନ୍ତା'। 'ଏହା ମାନବ ଜୀବନର ଅପଚୟ ଏବଂ ଲଜ୍ଜାର କଥା'। ସମସ୍ତେ ତୁରନ୍ତ ତେହେରାନ୍ ଛାଡ଼ିଦେବା ଉଚିତ୍ କହିଲେ ଟ୍ରମ୍ପ୍ ।

ଇରାନ ଏବଂ ଇସ୍ରାଏଲ ଉତ୍ତେଜନା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ଇସଲାମିକ୍ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଦୁଇଥର ଚେଷ୍ଟା କରିଥିଲା । ନେତାନ୍ୟାହୁଙ୍କ ଦାବି ପରେ ଇସ୍ରାଏଲ ଉପରେ ବଡ଼ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ପ୍ରତିଶୋଧ ନେଇଥିଲା ଇରାନ ।

Trump calls for National Security Council meeting

ସୂଚନାନୁଯାୟୀ, ଇରାନ ବିରୋଧରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, "ସେମାନେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ଟ୍ରମ୍ପ ହେଉଛନ୍ତି ପ୍ରଥମ ଶତ୍ରୁ । ଟ୍ରମ୍ପ କେବେ ବି ଇରାନ ସହ ଭଲ ସମ୍ପର୍କ କରିନାହାଁନ୍ତି ବରଂ ନ୍ୟୁକ୍ଲିଅର ଶସ୍ତ୍ର ତିଆରି ନକରିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ ବୋଲି ନେତାନ୍ୟାହୁ କହିଛନ୍ତି । ଯାହାର ପ୍ରତିଶୋଧ ନେବାକୁ ଯାଇ ଇରାନ ଟ୍ରମ୍ପଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରିଥିଲା । ଦେଶ ପରମାଣୁ ଆକ୍ରମଣର ସିଧାସଳଖ ବିପଦର ସମ୍ମୁଖୀନ ହେଉଛି। ଇରାନ ଖୁବ୍ ଶୀଘ୍ର ପରମାଣୁ ବୋମା ଏବଂ ୧୦ ହଜାରରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରଖିପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ "ଆମେ କେବଳ ନିଜକୁ ସୁରକ୍ଷା ଦେଉନାହୁଁ, ବରଂ ବିଶ୍ୱକୁ ପରମାଣୁ ବିପଦରୁ ରକ୍ଷା କରୁଛୁ।"

ଅନ୍ୟପଟେ ନେତାନ୍ୟାହୁଙ୍କ ଦାବି ପରେ, ଇରାନ ଇସ୍ରାଏଲ ଉପରେ ବଡ଼ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ପ୍ରତିଶୋଧ ନେଇଥିଲା । କିନ୍ତୁ ଇସ୍ରାଏଲ ସେନା ଅନେକ କ୍ଷେପଣାସ୍ତ୍ରକୁ ରୋକି ଦେଇଥିଲା । ସେ କହିଛନ୍ତି ଯେ ଇସ୍ରାଏଲ ଇରାନର ପରମାଣୁ ଏବଂ କ୍ଷେପଣାସ୍ତ୍ରର ବିପଦକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା ପାଇଁ ଯଥା ସମ୍ଭବ ପଦକ୍ଷେପ ନେବ । ସେ ଏହା ମଧ୍ୟ କହିଛନ୍ତି ଯେ ଇରାନ ସହିତ ଆଲୋଚନା କରିବାରେ କୌଣସି ଲାଭ ନାହିଁ । ବର୍ତ୍ତମାନ ପାଇଁ ଏକମାତ୍ର ଉପାୟ ହେଉଛି ଏକ କଡ଼ା ଜବାବ ଦେବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+