ଲେବାନନ ଉପରେ ଇସ୍ରାଏଲ କଲା ଭୟଙ୍କର ଏୟାରଷ୍ଟ୍ରାଇକ୍‌

ବେରୁତ୍: ଲେବାନନର ରାଜଧାନୀ ବେରୁତର ଦକ୍ଷିଣାଞ୍ଚଳକୁ ଟାର୍ଗେଟ କରି ଇସ୍ରାଏଲ ଏକ ବଡ଼ଧରଣର ଏୟାର ଷ୍ଟ୍ରାଇକ୍ କରିଛି। ରବିବାର ସକାଳେ ଇସ୍ରାଏଲ ସେନା ଲେବାନନ୍ ବିରୋଧରେ ଆକ୍ରମଣ ଆରମ୍ଭ କରିଥିବା ବେଳେ ଏଥର ଏପର୍ଯ୍ୟନ୍ତ ସଂଘର୍ଷରେ ସମ୍ପୃକ୍ତ ନଥିବା ଅଞ୍ଚଳକୁ ଆକ୍ରମଣ କରିଛି।

ଲେବନାନ୍ ନ୍ୟୁଜ୍ ଆଉଟଲେଟ୍ ଅଲ୍ ମାୟାଦିନ୍ ଅନୁଯାୟୀ, ଇସ୍ରାଏଲ୍ ସେନା ଏକାଧିକ ଏୟାରଷ୍ଟ୍ରାଇକ୍ କରି ସିଧାସଳଖ ଆବାସିକ କୋଠାଗୁଡ଼ିକୁ ଟାର୍ଗେଟ୍ କରିଥିଲା। ଏହି ଆକ୍ରମଣରେ ହାଡଥ ଅଞ୍ଚଳରେ ଥିବା ଏକ ଚର୍ଚ୍ଚ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ ଆକ୍ରମଣ ହାଡାଥର ସେଣ୍ଟ ଜର୍ଜ ହସ୍ପିଟାଲ ନିକଟରେ ଥିବା ଏକ ବେସାମରିକ କୋଠାକୁ ଧକ୍କା ଦେଇଥିଲା, ଯାହା ଚର୍ଚ୍ଚ ଅଫ୍ ଆଭର ଲେଡି ଅଫ୍ ଦି ଆସେପସନକୁ କ୍ଷତି ପହଞ୍ଚାଇଥିଲା।

Israel hits south Beirut with new strikes

ଏହାବ୍ୟତୀତ ଇସ୍ରାଏଲର ଅନ୍ୟ ଏକ ଆକ୍ରମଣରେ ଦକ୍ଷିଣ ବେରୁତର ଚିୟା ଅଞ୍ଚଳରେ ଥିବା ଏକ ୧୨ ମହଲା ଆବାସିକ କୋଠାକୁ ଟାର୍ଗେଟ କରାଯାଇଥିଲା, ଯାହା ବିଲ୍ଡିଂକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା। ଇସ୍ରାଏଲର ଅନ୍ୟାନ୍ୟ ଏୟାର ଷ୍ଟ୍ରାଇକରେ ଅଲି ନସର ସେକେଣ୍ଡାରୀ ସ୍କୁଲ ଓ ବୁର୍ଜ ଅଲ-ହିଦୟା ସ୍କୁଲ ନିକଟ ବୁର୍ଜ ଅଲ-ବରାଜନେହ ଅଞ୍ଚଳକୁ ମଧ୍ୟ ଟାର୍ଗେଟ କରାଯାଇଥିଲା।

ଏହି ଆକ୍ରମଣ ସତ୍ତ୍ୱେ ଇସ୍ରାଏଲ ସେନା ବେରୁତର ଦକ୍ଷିଣ ଉପାନ୍ତ ଅଞ୍ଚଳରେ ଥିବା କୋଠାଗୁଡ଼ିକ ଉପରେ ଅଧିକ ଆକ୍ରମଣ ଜାରି ରଖିଛି। ସେପ୍ଟେମ୍ବର ମାସରୁ ଲେବନାନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ପାଖାପାଖି ୩୦୦ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+