ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣ: ୪୯୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଲେବାନନ୍ ଉପରେ ଇସ୍ରାଏଲର ବିମାନ ଆକ୍ରମଣ । ଗଲାଣି ୪୯୨ ଜୀବନ । ମୃତକଙ୍କ ମଧ୍ୟରେ ୩୫ ପିଲା ଓ ୫୮ ମହିଳା ଥିବା ନେଇ ସୂଚନା। ଦକ୍ଷିଣ ଓ ପୂର୍ବ ଲେବାନନ୍ରେ ହିଜବୁଲ୍ଲା ସଂଗଠନକୁ ଟାର୍ଗେଟ୍ ।
ରବିବାର ସକାଳେ ଉତ୍ତର ଇସ୍ରାଏଲର ଜେଜେବାଲ୍ ଘାଟି ଉପରେ ହଠାତ୍ ଆତଙ୍କୀ ସଂଗଠନ ହେଜବୁଲ୍ଲା ଅତର୍କିତ ଆକ୍ରମଣ କରିଥିଲା। ପାଖାପାଖି ୧୪୦ ରକେଟ୍, ମିଜାଇଲ୍ ଓ ଡ୍ରୋନ୍ ମାଡ଼ କରିଥିଲା। ତେବେ ଏହି ଆକ୍ରମଣର ଇସ୍ରାଏଲ ଭୟଙ୍କର ପାଲଟା ଜବାବ ଦେଇଛି। ଫଳରେ ଇସ୍ରାଏଲ୍-ଲେବାନନ୍ ଭିତରେ ଯୁଦ୍ଧ ଆଶଙ୍କା ବଢ଼ି ଯାଇଛି।

ଇସ୍ରାଏଲ୍ ଓ ଲେବାନନ ମଧ୍ୟରେ ୧୩୦ କିଲୋମିଟିର ସୀମା ରେଖା ରହିଛି। ହେଜବୁଲ୍ଲା ଆତଙ୍କୀ ଲେବାନନ ପଟୁ ଆକ୍ରମଣ କରୁଥିବାରୁ ଇସ୍ରାଏଲ୍ ଅଧିକ କ୍ଷୁବ୍ଧ ହୋଇଛି।
ହିଜବୁଲ୍ଲା ପକ୍ଷରୁ ଘନ ଘନ ରକେଟ୍ ଓ ମିଜାଇଲ ମାଡ଼ରେ ଦୋହଲି ଯାଇଛି ଇସ୍ରାଏଲ। ଏମିତିକି ଲୋକମାନେ ଭୟରେ ଭୂଇଁ ତଳେ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି। ରବିବାର ସକାଳେ ଉତ୍ତର ଇସ୍ରାଏଲର ଜେଜେବାଲ୍ ଘାଟି ଉପରେ ହଠାତ୍ ଆତଙ୍କୀ ସଂଗଠନ ହିଜବୁଲ୍ଲା ଅତର୍କିତ ଆକ୍ରମଣ କରିଥିଲା। ପାଖାପାଖି ୧୪୦ ରକେଟ୍, ମିଜାଇଲ୍ ଓ ଡ୍ରୋନ୍ ଦ୍ବାରା ଆକ୍ରମଣ କରିଥିଲା।












Click it and Unblock the Notifications