ଇସ୍ରାଏଲ-ହିଜ୍ବୁଲ୍ଲା ଯୁଦ୍ଧରେ ବିରାମ: ଶାନ୍ତି ଫେରାଇ ଆଣିବା ପାଇଁ ଆହ୍ବାନ
ବେରୁଟ୍: ପ୍ରାୟ ୧୩ ମାସ ଧରି ଲେବାନନ୍ରେ ଇରାନ ସମର୍ଥିତ ହିଜ୍ବୁଲ୍ଲା ଆତଙ୍କୀ ଗୋଷ୍ଠୀ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିଛି ହେଜ୍ବୋଲ୍ଲା ବିରୋଧରେ ଅନେକ ମାସର ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟକୁ ଶାନ୍ତି ଫେରାଇ ଆଣିବା ପାଇଁ ସାରା ବିଶ୍ୱରୁ ଆହ୍ବାନ ଦିଆଯିବାରୁ ଲେବାନନ୍ରେ ଇସ୍ରାଏଲ୍ ପକ୍ଷରୁ ଅସ୍ତ୍ରବିରତି କରାଯାଇଛି। କିନ୍ତୁ ଗାଜାରେ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍କୁ ସମୂଳେ ନିପାତ ନ କରିବା ଯାଏ ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ୍ କହିଛି। ଏଭଳି ସ୍ଥିତିରେ ଗାଜାବାସୀ ମଧ୍ୟ ଯୁଦ୍ଧବିରତିକୁ ଅପେକ୍ଷା କରି ରହିଛନ୍ତି।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆମେରିକା ଓ ଫ୍ରାନ୍ସ ମଧ୍ୟସ୍ଥତାରେ ମଙ୍ଗଳବାର ଦିଆଯାଇଥିବା ଯୁଦ୍ଧବିରତି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପ୍ରସ୍ତାବ ସପକ୍ଷରେ ୧୦ ଓ ବିରୋଧରେ ଗୋଟିଏ ଭୋଟ ପଡ଼ିଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହାକୁ 'ଶୁଭ ଖବର' ବୋଲି କହିଛନ୍ତି।
ଭାରତୀୟ ସମୟ ଗୁରୁବାର ସକାଳ ୭ଟା ୩୦ରୁ ଏହା ଲାଗୁହୋଇଛି। ଅନ୍ୟପକ୍ଷେ ୧୯୯୦ରୁ ଲେବାନନ୍ରେ ଗୃହଯୁଦ୍ଧ ଚଳାଇଥିବା ହେଜ୍ବୋଲ୍ଲା ଏହି ଶାନ୍ତି ଆଲୋଚନାରେ ସାମିଲ ହୋଇନାହିଁ। ଲେବାନନ୍ ସଂସଦର ବାଚସ୍ପତି ନବିହ ବେରି ହେଜ୍ବୋଲ୍ଲା ତରଫରୁ ଆଲୋଚନାରେ ପ୍ରତିନିଧିତ୍ୱ କରିଥିଲେ। ଯୁଦ୍ଧବିରତି ବେଳେ ଉଭୟ ପକ୍ଷ ଅସ୍ତ୍ର ଚଳାଇବେ ନାହିଁ। ହେଜ୍ବୋଲ୍ଲା ଏହାର ଉଲ୍ଲଂଘନ କଲେ ଇସ୍ରାଏଲ୍ କଡ଼ା ଜବାବ ଦେବ ବୋଲି ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ ଇସ୍ରାଏଲୀ ବଳ ଦକ୍ଷିଣ ଲେବାନନ୍ରେ କର୍ଫ୍ୟୁ ଜାରି କରିଛି।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications