ବାଇଡେନଙ୍କ ପରେ ଇସ୍ରାଏଲ ଗସ୍ତ କରିବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ
ଯୁଦ୍ଧ ଘନଘଟା ମଧ୍ୟରେ ଆଜି ଇସ୍ରାଏଲ୍ ଯିବେ ସୁନକ । ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଆଜି ଇସ୍ରାଏଲ୍ ଯିବେ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ଭେଟିବେ ସୁନକ। ନେତନ୍ୟାହୁଙ୍କ ସହ ରାଷ୍ଟ୍ରପତି ଆଇଜାକ୍ ହେରଜଗଙ୍କୁ ମଧ୍ୟ ଭେଟିବେ ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ବର୍ତ୍ତମାନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ଇସ୍ରାଏଲ ଗସ୍ତ କରିବେ । ନ୍ୟୁଜ୍ ଏଜେନ୍ସି ରଏଟର୍ସ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦର୍ଶାଇ କହିଛି ଯେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନାକ ଇସ୍ରାଏଲ ଯାଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ଆଇଜାକ୍ ହେରଜଗଙ୍କୁ ଭେଟିବେ ।

ପ୍ରତ୍ୟେକ ନାଗରିକଙ୍କ ମୃତ୍ୟୁ ଏକ ଦୁଃଖଦ ଘଟଣା- ରିଷି ସୁନକ
ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ରିଷି ସୁନକ ତେଲ ଅଭିବରେ ପହଞ୍ଚି ସମବେଦନା ଜଣାଇବେ । ତାଙ୍କ ଗସ୍ତ ପୂର୍ବରୁ ସୁନକ ଏକ ବିବୃତ୍ତିରେ କହିଛନ୍ତି ଯେ ହମାସର ଭୟଙ୍କର କାର୍ଯ୍ୟକଳାପ ପରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ପ୍ରତ୍ୟେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଏକ ଦୁଃଘଟଣା ।
ମାନବିକ ସହାୟତାକୁ ଅନୁମତି ଦେବାକୁ ଅନୁରୋଧ କରିବେ
ମଙ୍ଗଳବାର ଦିନ ଗାଜା ଡାକ୍ତରଖାନାରେ ସାଂଘାତିକ ବିସ୍ଫୋରଣ ପରେ ବିବାଦର ବିପଦପୂର୍ଣ୍ଣ ପରିସ୍ଥିତିକୁ ଏଡାଇବା ପାଇଁ ବିଶ୍ଵର ନେତାମାନେ ଏକାଠି ହେବା ଉଚିତ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ରିଷି ସୁନକ ମଧ୍ୟ ଗାଜାରେ ମାନବିକ ସହାୟତାକୁ ଯଥାଶୀଘ୍ର ଅନୁମତି ଦେବାକୁ ଏବଂ ସେଠାରେ ଫସି ରହିଥିବା ବ୍ରିଟିଶ ନାଗରିକଙ୍କ ସ୍ଥାନାନ୍ତର ପାଇଁ ଏକ ମାର୍ଗ ଖୋଲିବାକୁ ଅନୁରୋଧ କରିବେ ।
ସାତ ଜଣ ବ୍ରିଟିଶ ନାଗରିକ ନିହତ ହୋଇଥିଲେ
ବ୍ରିଟିଶ ପିଏମଓ କାର୍ଯ୍ୟାଳୟର ମୁଖପାତ୍ର ବୁଧବାର କହିଛନ୍ତି ଯେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ୭ ଜଣ ବ୍ରିଟିଶ ନାଗରିକ ନିହତ ହୋଇଛନ୍ତି ଏବଂ ୯ ଜଣ ନିଖୋଜ ଅଛନ୍ତି । ସୁନକଙ୍କ ଗସ୍ତ ବ୍ୟତୀତ ବ୍ରିଟିଶ ବୈଦେଶିକ ସଚିବ ଜେମ୍ସ କ୍ଲିଭରଲି ଆସନ୍ତା ତିନି ଦିନ ମଧ୍ୟରେ ଇଜିପ୍ଟ, ତୁର୍କୀ ଏବଂ କାତାର ଗସ୍ତରେ ଯାଇ ବିବାଦ ବିଷୟରେ ଆଲୋଚନା କରିବେ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚେଷ୍ଟା କରିବେ।












Click it and Unblock the Notifications