ଇସ୍ରାଏଲ୍-ହାମସ୍ ଯୁଦ୍ଧ ନେଲାଣି 3 ହଜାରରୁ ଅଧିକ ଜୀବନ, ଭାରତର ହସ୍ତକ୍ଷେପ ଲୋଡ଼ିଲା ପାଲେଷ୍ଟାଇନ୍
Israeli hamas war: ଭାୟବହ ହେବାରେ ଲାଗିଛି ଇସ୍ରାଏଲ୍ - ହାମସ୍ ଯୁଦ୍ଧ । ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଅନୁପ୍ରବେଶ କରି ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରିବା ସହ ଶତାଧିକ ନାଗରିକଙ୍କୁ ପଣବନ୍ଦୀ କରିନେଇଛନ୍ତି । ଏହି ଭୟଙ୍କର ଆକ୍ରମଣର ବିଭିନ୍ନ ଭିଡିଓ ଏବେ ଭାଇରାଲ୍ ହେଉଛି । ଏହି ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଲାଣି । ଏଥିରେ ପ୍ରାୟ 3 ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଗାଜା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ।

ଏଭଳି ଏକ ଗମ୍ଭୀର ସମୟରେ ଯୁଦ୍ଧ ବନ୍ଦ କରିବାକୁ ଭାରତର ହସ୍ତକ୍ଷେପ ଦାବି କରିଛି ପାଲେଷ୍ଟାଇନ । ଭାରତରେ ଅବସ୍ଥାପିତ ପାଲେଷ୍ଟାଇନର ରାଷ୍ଟ୍ରଦୂତ ଅବୁ ଅଲହେଜା କହିଛନ୍ତି, ଭାରତ, ଇସ୍ରାଏଲ ଓ ପାଲେଷ୍ଟାଇନର ଭଲ ବନ୍ଧୁ । ତେଣୁ ଉତେଜନା ହ୍ରାସ କରିବାକୁ ଭାରତ ହସ୍ତକ୍ଷେପ କରିବା ଆବଶ୍ୟକ ।
ଅଲହେଜାଙ୍କ ଏହି ମନ୍ତବ୍ୟକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ, ଭାରତ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି ଓ ଏହାର କଡା ନିନ୍ଦା କରିଛି । ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି ଅଲହେଜା । ଅଲହେଜା ଆହୁରି କହିଛନ୍ତି, ସାଧାରଣ ନାଗରିକଙ୍କ ହତ୍ୟାକୁ ପାଲେଷ୍ଟାଇନ ବିରୋଧ କରୁଛି ଓ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି । ଭାରତ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ଦରକାର ।












Click it and Unblock the Notifications