୭ ଦିନର ଅସ୍ତ୍ରବିରତି ପରେ ପୁଣି ଯୁଦ୍ଧ ଆରମ୍ଭ, ୧୦୦ ମୃତ
Israel-Hamas War: ୭ ଦିନ ପରେ ପୁଣି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ । ଅସ୍ତ୍ରବିରତି ସରିବାର ଘଣ୍ଟାଏ ମଧ୍ୟରେ ଇସ୍ରାଏଲ ସେନାର ଆକ୍ରମଣ । ଗାଜାରେ ଇସ୍ରାଏଲର ଘନ ଘନ ବୋମାମାଡ଼ରେ ୧୦୦କୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ହମାସ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ଆଣିଲା ଇସ୍ରାଏଲ ।

ସୂଚନା ଅନୁସାରେ, ବୁଧବାର ଦିନ ହମାସ ପ୍ରଥମେ ରକେଟ୍ ମାଡ଼ କରିଥିବା ନେଇ ଇସ୍ରାଏଲ ଦାବି କରିଥିଲା । ଗତ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ଇସ୍ରାଏଲ-ହମାସ ଯୁଦ୍ଧରେ ବିରତି ହୋଇଥିଲା । ଏହି ସମୟ ମଧ୍ୟରେ ଶତାଧିକ ପଣବନ୍ଦୀଙ୍କୁ ମୁ୍କ୍ତ କରାଯାଇଥିଲା । ଗାଜାରେ ଉପସ୍ଥିତ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଶୁକ୍ରବାର ସକାଳେ ଆରମ୍ଭ ହୋଇଥିବା ଇସ୍ରାଏଲ ବୋମା ବିସ୍ଫୋରଣ ଯୋଗୁଁ 178 ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ 589 ଜଣ ଆହତ ହୋଇଛନ୍ତି।
ଅଲଜାଜିରାଙ୍କ ରିପୋର୍ଟ ଅନୁଯାୟୀ, ଆମେରିକା ଇସ୍ରାଏଲକୁ 100 'ବଙ୍କର୍-ବଷ୍ଟର୍' ବୋମା ପଠାଇଛି, ଯାହାର ପ୍ରତ୍ୟେକର ଓଜନ 907 କିଲୋଗ୍ରାମ। ଆଫଗାନିସ୍ତାନ, ଇରାକ ଏବଂ ସିରିଆରେ ଆମେରିକା ଏହି ବୋମା ବ୍ୟବହାର କରିଛି। ବର୍ତ୍ତମାନ ଇସ୍ରାଏଲ୍ ଗାଜାରେ ଏହି ବୋମା ବ୍ୟବହାର କରିବାକୁ ଯାଉଛି। ଅକ୍ଟୋବର 7 ରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଅତିକମରେ 61 ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି ।
ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, କତାର, ଆମେରିକା ଏବଂ ଇଜିପ୍ଟର ପରାମର୍ଶ କ୍ରମେ ଇସ୍ରାଏଲ୍ ଏବଂ ହାମାସ୍ ମହିଳା ବନ୍ଧକଙ୍କୁ ମୁକ୍ତ କରାଯାଇଛି । ଇସ୍ରାଏଲ ସେନା କହିଛି ଯେ ସ୍ଥାନୀୟ ସମୟ ସକାଳ 7 ଟା ସୁଦ୍ଧା 200 ରୁ ଅଧିକ ଟାର୍ଗେଟ ଉପରେ ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ଯୁଦ୍ଧ କ୍ୟାବିନେଟ୍ ମନ୍ତ୍ରୀ ବେନି ଗାଣ୍ଟଜ୍ କହିଛନ୍ତି ଯେ ସେନା ନିଜର କାର୍ଯ୍ୟକଳାପ ବୃଦ୍ଧି କରିବାକୁ ପ୍ରସ୍ତୁତ। ସେପଟେ ଯୁଦ୍ଧ ଆରମ୍ଭ ହେବା ପରେ ପାଲେଷ୍ଟାଇନ ନାଗରିକଙ୍କ ସୁରକ୍ଷା ପାଇଁ ଆମେରିକା ମଧ୍ୟ ଇସ୍ରାଏଲ ଉପରେ ଚାପ ପକାଇବା ଆରମ୍ଭ କରିଛି।












Click it and Unblock the Notifications