Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନ ପାଇଁ ଲକ୍ଷ୍ମଣ ରେଖା ଟାଣିଲା ଇସ୍ରାଏଲ, ଶାନ୍ତି ସେନାରେ ପ୍ରବେଶ ମନା

ଇରାନକୁ ପୁନର୍ବାର ଉସୁକାଇଲେ କଡ଼ା ଜବାବ ଦିଆଯିବ ବୋଲି ଇସ୍ରାଏଲର ଅର୍ଥନୀତି ମନ୍ତ୍ରୀ ନୀର ବରକତ ଚେତାବନୀ ଦେଇଛନ୍ତି। ଡାଭୋସରେ ସାକ୍ଷାତକାରରେ ବରକତ କହିଛନ୍ତି, ଆମେ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲୁ। ଯଦି ଇରାନ ଆମ ସହ ଯୁଦ୍ଧ କରିବାକୁ ସାହସ କରେ ତେବେ ଆମେ ସାତ ଗୁଣା କଡ଼ା ଜବାବ ଦେବୁ।

Israel

ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଙ୍କୁ ଶାନ୍ତି ସେନାରେ ପ୍ରବେଶ ମନା
ଆନ୍ତର୍ଜାତୀୟ ଶାନ୍ତିରକ୍ଷା ପ୍ରସ୍ତାବ ନେଇ ଗାଜାରେ ଶାନ୍ତି ସେନା ସମ୍ପର୍କରେ ଲକ୍ଷ୍ମଣ ରୋଖା ଟାଣି ସେ କହିଛନ୍ତି, ଆତଙ୍କବାଦକୁ ସମର୍ଥନ କରୁଥିବା ଯେକୌଣସି ଦେଶକୁ ସ୍ୱାଗତ କରାଯିବ ନାହିଁ। ଏହି ନିୟମ ପାକିସ୍ତାନ ପାଇଁ ମଧ୍ୟ ଲାଗୁ ହେବ। ଶାନ୍ତି ସେନାରେ ପାକିସ୍ତାନର ଅଂଶଗ୍ରହଣକୁ ସେ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ଆମେ କାତାର ଓ ତୁର୍କୀକୁ କେବେ ମଧ୍ୟ ଶାନ୍ତି ସେନାରେ ଗ୍ରହଣ କରିବୁ ନାହିଁ। ଏଭଳି ଦେଶ ଗାଜାରେ ଜିହାଦୀ ସଂଗଠନକୁ ସମର୍ଥନ କରୁଛନ୍ତି। ଆମେ ସେସବୁ ଦେଶଙ୍କୁ ଗାଜାରେ ପ୍ରବେଶ କରିବାକୁ ଦେବୁନାହିଁ।
ମଧ୍ୟପ୍ରାଚ୍ୟକୁ ଅସ୍ଥିର କରୁଛି ଇରାନ

ଇରାନ ଦଶନ୍ଧି ଧରି ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖି ମଧ୍ୟପ୍ରାଚ୍ୟକୁ ଅସ୍ଥିର କରୁଥିବା ସେ ଅଭିଯୋଗ କରିଛନ୍ତି। ଇରାନ ସୈତାନଙ୍କର ମୁଖ୍ୟ ସାଜିଛି। ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ ଇରାନ ଷଡ଼ଯନ୍ତ୍ର ରଚି ହଜାର ହଜାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ତିଆରି କରିଥିଲା। ଗାଜାରେ ହମାସକୁ ପରଦା ପଛରେ ରହି ସମର୍ଥନ କରିବା ସହିତ ଲେବାନନରେ ହିଜବୋଲ୍ଲାକୁ ପାଣ୍ଠି ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଶକ୍ତିଶାଳୀ କରିଥିଲା। ଏହା ଦ୍ବାରା ଇସ୍ରାଏଲ ପାଇଁ ବିପଦ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଇସ୍ରାଏଲ ସେନା କଡ଼ା ଜବାବ ଦେଇ ଇରାନକୁ ଦୁର୍ବଳ କରିଦେଇଥିଲେ। ଆମ ସେନା ଇରାନକୁ ଅଚଳ କରିଦେଇଥିଲା। ‌ବଡ଼ ଧରଣର ଆକ୍ରମଣ କରାଯାଇଥିଲା। ଇରାନ ନିଜକୁ ଯେତେ ବଡ଼ ଓ ଶକ୍ତିଶାଳୀ ବୋଲି ଭାବୁଛି ପ୍ରକୃତରେ ତାହା ନୁହେଁ ବୋଲି ଆମେ ପ୍ରମାଣିତ କରିଥିଲୁ। ଏବେ ଇରାନକୁ ନିଜ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ। ଇସ୍ରାଏଲର ମୁଖ୍ୟ ଲକ୍ଷ୍ୟ ପ୍ରତିରକ୍ଷା ଉପରେ ଥିଲା । ଶାସନ ପରିବର୍ତ୍ତନ ଆମର ଯୋଜନା ନଥିଲା। ଆମର ସ୍ୱାର୍ଥ ହେଉଛି ଇସ୍ରାଏଲର ସୁରକ୍ଷା କରିବା। ତେବେ ଏବେ ଇରାନର ବର୍ତ୍ତମାନର ଶାସକଙ୍କୁ କ୍ଷମତାଚ୍ୟୁତ କରିବା ଜରୁରୀ ହୋଇପଡ଼ିଛି।

ଶତ୍ରୁ ବି ହୋଇ ପାରିବ ମିତ୍ର
ଇଜିପ୍ଟ, ଜୋର୍ଡାନ ଓ ଆବ୍ରାହମ ଚୁକ୍ତିନାମା ସହିତ ଐତିହାସିକ ଶାନ୍ତି ଚୁକ୍ତିନାମା ଭଳି ଯଦି ଇରାନ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣେ ତେବେ ଆଜି ଆମର ଶତୁ୍ଥିବା ଦେଶ ଭବିଷ୍ୟତରେ ମିତ୍ର ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଇରାନ ଯଦି ଇସ୍ରାଏଲ ସହ ଶାନ୍ତି ଚୁକ୍ତି କରିବାକୁ ଚାହିଁବ ତେବେ ସେଥିରେ ଆମେ ସହଯୋଗ କରିବୁ।
ଜାତିସଂଘ କରୁଛି ପକ୍ଷପାତ

ଅ‌ମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଶାନ୍ତି ପ୍ରୟାସକୁ ସମର୍ଥନ କରି ସେ କହିଛନ୍ତି, ଏହା ପକ୍ଷପାତ କରୁଥିବା ଜାତିସଂଘ ଅପେକ୍ଷା ଏକ ଭଲ ବିକଳ୍ପ। ହେବ୍ରନରେ ସ୍ଥାନୀୟ ଆରବ ନେତୃତ୍ୱ ସହିତ ସହଯୋଗ ଗାଜାରେ ଭବିଷ୍ୟତର ଶାସନ ପାଇଁ ଏକ ସମ୍ଭାବ୍ୟ ମଡେଲ ବୋଲି ସେ ଉଲ୍ଲେଖ କରି କହିଛନ୍ତି, ଶେଖମାନେ ଆବ୍ରାହମ ଚୁକ୍ତିନାମାରେ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆର୍ଥିକ ସହଯୋଗ କରିବାକୁ ଚାହୁଁଛନ୍ତି।
ଦୁଇ-ରାଷ୍ଟ୍ର ସମାଧାନ ଅବାସ୍ତବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+