IDFର ଦାବି: ହସ୍ପିଟାଲ ତଳେ ରହିଛି ୫୦୦ ମିଲିୟନ ଡଲାରର କ୍ୟାସ୍ ଓ ସୁନା

ଏକ ବର୍ଷରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ, ଏହି ଯୁଦ୍ଧର ନିଆଁ ଲେବାନାନ ଏବଂ ଇରାନରେ ପହଞ୍ଚିଛି । ଗାଜାରେ ହମାସ ମୁଖ୍ୟ ୟାହିୟା ସିନୱାର ଏବଂ ବେରୁଟରେ ହେଜବୋଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ହତ୍ୟା କରାଯାଇଛି। ବର୍ତ୍ତମାନ ଇସ୍ରାଏଲ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟକର ଦାବି କରୁଛି।

ବର୍ତ୍ତମାନ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ (IDF) କହିଛି ଯେ, ଲେବାନନର ରାଜଧାନୀ ବେରୁଟ ଡାକ୍ତରଖାନା ତଳେ ହେଜବୁଲ୍ଲାର ଗୁପ୍ତ ପାଣ୍ଠି ରହିଥିଲା। ଏହି ବଙ୍କରରେ ଶହ ଶହ ଡଲାର କ୍ୟାସ୍ ଏବଂ ସୁନା ରହିଛି। ଗୁପ୍ତ ପାଣ୍ଠି ଉପରେ ଏଯାଏ ଆକ୍ରମଣ କରାଯାଇ ନାହିଁ। ଏହି ପାଣ୍ଠିରେ ଲେବାନନର ପୁନଃନିର୍ମାଣ କରାଯାଇ ପାରିବ ବୋଲି ହେଜବୁଲ୍ଲାର IDF ମୁଖପାତ୍ର ରିୟର ଆଡମିରାଲ ହାଗରୀ କହିଛନ୍ତି। ସେପଟେ ଇସ୍ରାଏଲର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଲ-ସାଲେହ ହସ୍ପିଟାଲର ନିର୍ଦ୍ଦେଶକ ଫାଦି ଆଲାମେହ। ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କୁହାଯାଇଛି। ଇସ୍ରାଏଲ ଏବେ ହେଜବୋଲ୍ଲା ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାକୁ ପ୍ରୟାସ କରି ଆକ୍ରମଣ କରିବାରେ ଲାଗିଛି।

Israel Claims It Found 500 Million

ସୂଚନାଯୋଗ୍ୟ, ରବିବାର ରାତିରେ ଇସ୍ରାଏଲ ବାୟୁସେନା ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକ ପରେ ଏହି ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି। ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାଙ୍କ କାର୍ଯ୍ୟକଳାପକୁ ଦୁର୍ବଳ କରିବା। ଆଇଡିଏଫ ଅନୁଯାୟୀ, ଏହି ଗୁପ୍ତ ବଙ୍କର୍‌ ବେରୁଟ କେନ୍ଦ୍ରରେ ଥିବା ଅଲ ସାହେଲ ହସ୍ପିଟାଲ ତଳେ ଅଛି। ଏହା ହେଉଛି ହାସନ ନାସରଲାଙ୍କ ବଙ୍କର୍‌, ଯେଉଁଠାରେ କୋଟି କୋଟି ମୂଲ୍ୟର ସୁନା ଏବଂ ନଗଦ ଅର୍ଥ ଅଛି ।

ଆଇଡିଏଫ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହାଗରୀ କହିଛନ୍ତି"ଆମେ ହେଜବୁଲ୍ଲାର ଗୁପ୍ତ ଅର୍ଥ ପାଣ୍ଠି ଠାବ କରିଛୁ। ବେରୁଟର କେନ୍ଦ୍ର ସ୍ଥଳରେ ଥିବା ଅଲ୍-ସାହେଲ ହସ୍ପିଟାଲରେ ଏହି ବଙ୍କର ଥିଲା, ଯେଉଁଠାରେ ହେଜବୁଲ୍ଲାର ମୁଖ୍ୟ ହାସନ ନସ୍ରଲ୍ଲା ରହୁଥିଲା। ଏଠାରେ ୫୦୦ ମିଲିୟନ ଡଲାରର କ୍ୟାସ୍ ଏବଂ ସୁନା ଗଚ୍ଛିତ ରହିଛି। ଏହି ଅର୍ଥ ରାଶିକୁ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବା ଲେବାନନକୁ ପୁଣି ଥରେ ସଜଡ଼ା ଯାଇପାରିବ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+