ଇସ୍ରାଏଲ କ୍ୟାବିନେଟରେ ବଡ଼ ମଞ୍ଜୁରୀ, ଗାଜାକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବା ପାଇଁ ମିଳିଲା ଅନୁମତି
ସମ୍ପୂର୍ଣ୍ଣ ଗାଜା ଷ୍ଟ୍ରିପ୍ ଅକ୍ତିଆର କରିବାପାଇଁ ଏକ ଯୋଜନାକୁ ଆଜି ଇସ୍ରାଏଲ ସୁରକ୍ଷା କ୍ୟାବିନେଟ୍ ସ୍ବୀକୃତି ପ୍ରଦାନ କରିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଏହି ଯୋଜନା ଅଧୀନରେ ଇସ୍ରାଏଲ୍ ପାଲେଷ୍ଟିନୀୟ ପରିସରରେ ଏହାର ଆକ୍ରମଣକୁ ଅଧିକ ସମ୍ପ୍ରସାରଣ କରିବ। ଏହାଦ୍ବାରା ଗାଜାରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ଆହୁରି ବଢ଼ିଯିବ।
ଇସ୍ରାଏଲ କ୍ୟାବିନେଟ୍ ମନ୍ତ୍ରୀମାନେ ଆଜି ସକାଳେ ଏହି ଯୋଜନାକୁ ଭୋଟ୍ ଦ୍ବାରା ସ୍ବୀକୃତି ପ୍ରଦାନ କରିଛନ୍ତି। ଇସ୍ରାଏଲ୍ର ସର୍ତ୍ତ ଆଧାରରେ ଅସ୍ତ୍ରବିରତି ପାଇଁ ବୁଝାମଣା କରିବାକୁ ଏବଂ ପଣବନ୍ଦୀଙ୍କୁ ଛାଡ଼ିବାପାଇଁ ହମାସ୍ ଉପରେ ଏକ ଚାପ ପକାଇବାପାଇଁ ଏହା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ବାଧୀନ ସରକାରର ଏକ ଉଦ୍ୟମ।

ଅଧିକାରୀମାନେ କହିଛନ୍ତି, ନୂଆ ଯୋଜନାର ଉଦ୍ଦେଶ୍ୟ ହେଉଛି ହମାସ୍କୁ ହରାଇବାପାଇଁ ଇସ୍ରାଏଲ୍ ରଖିଥିବା ଯୁଦ୍ଧ ଲକ୍ଷ୍ୟ ପାଇଁ ସହଯୋଗ କରିବା। ଏହାଦ୍ବାରା ମଧ୍ୟ ଶତାଧିକ ପାଲେଷ୍ଟିନୀୟ ଦକ୍ଷିଣ ଗାଜାକୁ ଠେଲି ହୋଇଯିବେ। ଇସ୍ରାଏଲୀ ଅଧିକାରୀଙ୍କ ଅନୁଯାୟୀ ନୂଆ ଯୋଜନାରେ ଗାଜା ଷ୍ଟ୍ରିପ୍କୁ ଅକ୍ତିଆର କରିବା ରହିଛି।
ହମାସ୍ ଆତଙ୍କବାଦୀ ଗୋଷ୍ଠୀଙ୍କୁ ମାନବୀୟ ସହାୟତା ବଣ୍ଟନ ପାଇଁ ମଧ୍ୟ ଏହା ଦେବନାହିଁ। ହମାସ୍ ଟାର୍ଗେଟ୍ ଉପରେ ଶକ୍ତିଶାଳୀ ଆକ୍ରମଣ କରିବା ମଧ୍ୟ ଏହି ଯୋଜନାର ଅଂଶବିଶେଷ। ଜଣେ ଅଧିକାରୀ କହିଛନ୍ତି, ଏହି ଯୋଜନା ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହେବ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications