ଲେବାନନର ଉପରେ୧୦୦ ରୁ ଅଧିକ ରକେଟ ମାଡ଼ କଲା ଇସ୍ରାଏଲ

ନୂଆଦିଲ୍ଲୀ: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ ରକେଟ୍‌ ମାଡ଼ କରିବା ପରେ ଉଭୟ ପକ୍ଷ ମୁହଁାମୁହିଁ ହୋଇଛନ୍ତି। ହିଜବୁଲ ଉପରେ ପ୍ରଭାବ ବିସ୍ତାର କରିବାକୁ ଇସ୍ରାଏଲ ଲେବାନନର ୩ଶହ ଠିକଣା ଉପରେ ଆକ୍ରମଣ କରିଛି। ଇସ୍ରାଏଲ୍ ସେନା ପକ୍ଷରୁ ଏହି ଦାବି କରାଯାଇଛି । ତେବେ ଲେବାନନ୍ ଏବଂ ହିଜବୁଲ ପକ୍ଷରୁ ହୋଇଥିବା ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ସାମ୍ନାକୁ ଆସି ନାହିଁ।

ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ବ୍ୟାପକ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିବାକୁ ଇସ୍ରାଏଲ କହିଛି। ସୀମାରେ ପ୍ରାୟ ଏକ ବର୍ଷର ବିବାଦ ଏବଂ ରବିବାର ଦିନ ପ୍ରବଳ ରକେଟ ମାଡ଼ ପରେ ଇସ୍ରାଏଲ ପାଲଟା ଆକ୍ରମଣ କରିଛି। ୧୦୦ରୁ ଅଧିକ ରକେଟ ହେଜବୁଲ୍ଲା ଶିବିର ଉପରେ ମାଡ଼ କରାଯାଇଛି। ଏଥିରେ ୧୦୦ରୁ ଅଧିକଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ହେଜବୁଲ୍ଲାର ୩୦୦ ଶିବିର ଉପରେ ଆକ୍ରମଣ ହୋଇଥିବା ଇସ୍ରାଏଲ ସେନା କହିଛି।

Israel bombs Lebanon

ଇସ୍ରାଏଲର ଉତ୍ତର ଅଞ୍ଚଳକୁ ଟାର୍ଗେଟ କରି ହେଜବୁଲ୍ଲା ୧୦୦ରୁ ଅଧିକ ରକେଟ୍ ମାଡ଼ କରିବା ସହିତ ଡ୍ରୋନ୍‌ରୁ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଏବଂ ପ୍ରତିପକ୍ଷ ଆକ୍ରମଣ ଏକ ବଡ଼ ଯୁଦ୍ଧସ୍ଥିତି ସୃଷ୍ଟି କରିଛି। ଇସ୍ରାଏଲ୍ ଗାଜାରେ ପାଲେଷ୍ଟାଇନ ହମାସ ସହିତ ଲଢ଼େଇ ଜାରି ରଖିଛି ଏବଂ ଅକ୍ଟୋବର ୭ ଆକ୍ରମଣରେ ନିଆଯାଇଥିବା ବହୁ ବନ୍ଧକଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+