ଗାଜା ସ୍କୁଲ ଉପରେ ଇସ୍ରାଏଲର ବୋମା ଆକ୍ରମଣ
Israel Bombs Gaza School: ହମାସ ଓ ଇସ୍ରାଏଲ ଲଢେଇର ପୁଣି ଭୟଙ୍କର ରୂପ ଦେଖିବା ପାଇଁ ମିଳିଛି । ଗାଜାର ଏକ ସ୍କୁଲରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କୁ ଟାର୍ଗେଟ୍ କରି ଇସ୍ରାଏଲ ସେନା ଆକ୍ରମଣ କରିଛି । ଏହି ଆକ୍ରମଣରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ପାଖାପାଖି ୨୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଆକ୍ରମଣରେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି ।
ଏହି ଖବର ନେଇ ମିଳିତ ଜାତିସଂଘ ଚିନ୍ତା ପ୍ରକାଶ କରିଛି । ଦୁଇ ଦେଶର ଯୁଦ୍ଧରେ ନିରୀହ ଲୋକଙ୍କ ଜୀବନ ହାନି ବିଶ୍ବ ପାଇଁ ଏକ ଚିନ୍ତାର ବିଷୟ ଓ ଏହାର ସମାଧାନ ପାଇଁ ବିଶ୍ବ ରାଷ୍ଟ୍ର ସମୂହ ଆଗେଇ ଆସିବାକୁ ଅପିଲ କରିଛି ୟୁଏନ । ୨୦୦୩ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ କରିଥିଲା । ଏହି ସମୟରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । ଯାହାର ପାଲଟା ଜବାବ ଦେଉଛି ଇସ୍ରାଏଲ ।












Click it and Unblock the Notifications