ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ
: ଆମେରିକା, ଇସ୍ରାଏଲ ସହିତ ଇରାନର ଯୁଦ୍ଧ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଶନିବାର ରାତି ଓ ରବିବାର ଉଭୟ ପକ୍ଷରୁ ଭୟଙ୍କର ଆକ୍ରମଣ ଦେଖିବାକୁ ମିଳିଛି। ଇସ୍ରାଏଲ ଇରାନ ଓ ଲେବାନନ ଉପରେ ଜୋରଦାର ଆକ୍ରମଣ କରିଥିବାବେଳେ ଇରାନ ପଶ୍ଚିମ ଏସିଆ ଦେଶମାନଙ୍କ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ଲେବାନନ୍ ଉପରେ ଗତ ଏକ ସପ୍ତାହ ହେଲା ଆକ୍ରମଣ କରିଆସୁଥିବାବେଳେ ଏଥିରେ ୮୩ ଶିଶୁଙ୍କ ସମେତ ମୋଟ ୩୯୪ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଦକ୍ଷିଣ ଲେବାନନ୍ ଓ ବେରୁଟ୍ ଉପରେ ଇସ୍ରାଏଲ କରିଥିବା ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହାପୂର୍ବରୁ ଏକ ହୋଟେଲ ଉପରେ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଇସ୍ରାଏଲ ଶନିବାର ରାତିରେ ତେହେରାନର ଆଖପାଖରେ ଥିବା ୫ଟି ତୈଳ କାରଖାନା ଉପରେ ଆକ୍ରମଣ କରିଛି। ଫେବ୍ରୁଆରି ୨୮ରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ରବିବାର ୯ ଦିନ ହୋଇଥିବାବେଳେ ଗତ ରାତିରେ ଇରାନ ଉପରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଥିଲା। ତୈଳ କାରଖାନା ସହିତ ଡିସାଲିନେସନ (ଜଳ ବିଶୋଧନ) କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଇରାନର ଜଳ ବିଶୋଧନ କେନ୍ଦ୍ର ଉପରେ ୟୁଏଇ ଆକ୍ରମଣ କରିଥିବା କୁହାଯାଉଥିବାବେଳେ ୟୁଏଇ କିନ୍ତୁ ଏହାକୁ ଖଣ୍ଡନ କରିଛି। ଇରାନରେ ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାର ୬ ସୈନ୍ୟଙ୍କର ମୃତ୍ୟୁ ହୋଇଛି।
ୟୁଏଇ ପତାକା ବହନ କରିଥିବା ଟଗ୍ବୋଟ୍ 'ମୁସାଫା ୨'ରେ ବିସ୍ଫୋରଣ ପରେ ଏହା ହର୍ମୁଜ ପ୍ରଣାଳୀରେ ବୁଡ଼ି ଯାଇଛି। ଏହି ବୋଟ୍ରେ ଥିବା ୩ ଇଣ୍ଡୋନେସିଆ ନାବିକ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ ଇରାନ ପକ୍ଷରୁ ଏହାର ଡିସାଲିନେସନ କେନ୍ଦ୍ର ଉପରେ ଡ୍ରୋନରେ ଆକ୍ରମଣ ହୋଇଥିବା ରବିବାର ବାହାରିନ୍ ପକ୍ଷରୁ କୁହାଯାଇଛି।
-
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…












Click it and Unblock the Notifications