Get Updates
Get notified of breaking news, exclusive insights, and must-see stories!

ବେସାମରିକ ବିମାନ ଉଡ଼ାଣ ବନ୍ଦ ଘୋଷଣା କଲା ଇସ୍ରାଏଲ୍‌

ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ ଇସ୍ରାଏଲ ଏହାର ବାୟୁସୀମା ବନ୍ଦ କରିଦେଇଛି। ଫଳରେ ଦିଲ୍ଲୀରୁ ତେଲ ଅଭିଭ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧା ବାଟରୁ ଫେରିବାକୁ ବାଧ୍ୟ ହୋଇଛି। ମଧ୍ୟ ପ୍ରାଚ୍ୟରେ ସ୍ଥିତି ସଙ୍କଟଜନକ ଥିବାବେଳେ ଇସ୍ରାଏଲ ଇରାନର ଆକ୍ରମଣ ପରେ ଏହାର ସମସ୍ତ ବିମାନବନ୍ଦର ବନ୍ଦ ରଖିଛି। ଇରାନ ମଧ୍ୟ ନିଜ ବାୟୁସୀମା ବନ୍ଦ ରଖିଛି। ଫଳରେ ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରୁ ଫେରିବାକୁ ପଡ଼ିଥିଲା। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ସ୍ଥିତି ଉପରେ ନଜର ରଖାଯାଇଛି।

Israel

ମଧ୍ୟପ୍ରାଚ୍ୟର ଅସ୍ଥିର ସ୍ଥିତି ମଧ୍ୟରେ ଦିଲ୍ଲୀ ବିମାନବନ୍ଦର ଏକ ପରାମର୍ଶଦାତା ଜାରି କରି ପଶ୍ଚିମ ଏସିଆକୁ ଅନ୍ତର୍ଜାତୀୟ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇପାରେ ବୋଲି କହିଛି। ବିଶ୍ବର ଅନେକ ଦେଶ ଇସ୍ରାଏଲ ଓ ଇରାନକୁ ସେମାନଙ୍କ ବିମାନ ସେନା ବନ୍ଦ ରଖିଛନ୍ତି। ଏହି ଦୁଇ ଦେଶ ଆକାଶମାର୍ଗ ଦେଇ ଯାଉଥିବା ବିମାନଗୁଡ଼ିକ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି। କତାର ପକ୍ଷରୁ ସତର୍କତାମୂଳକ ପଦ‌କ୍ଷେପ ଭାବେ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯାଇଛି। ଜର୍ମାନ ଏୟାରଲାଇନ୍ସ ଲୁଫ୍‌ଥାନ୍‌ସା ମଧ୍ୟ ତେଲ ଅଭିଭ୍‌, ବିରୁଟ୍‌ ଓ ଅମ୍ମାନକୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏହାର ବିମାନ ସେବା ବନ୍ଦ ରଖିଛି। ଓମାନ ସାମୟିକ ଭାବେ ବାଗଦାଦକୁ ବିମାନ ସେବା ବନ୍ଦ ରଖିଛି। ଫ୍ଲାଏଦୁବାଇ ଏୟାରଲାଇନ୍ସର ପ୍ରବକ୍ତା କହିଛନ୍ତି ଇରାକ, ଇରାନ ଓ ଇସ୍ରାଏଲ ସେମାନଙ୍କ ଆକାଶମାର୍ଗ ବନ୍ଦ ରଖିଥିବାରୁ ଏହାର ବିମାନସେବା ଶନିବାର ବାଧାପ୍ରାପ୍ତ ହୋଇଛି। ରୁ‌ଷ୍‌ ମଧ୍ୟ ଇସ୍ରାଏଲ ଓ ଇରାନକୁ ବିମାନ ସେବା ବନ୍ଦ ରଖିଛି। ଫ୍ରାନ୍ସ ମଧ୍ୟ ଶନିବାର ପାଇଁ ତେଲ ଅଭିଭ୍‌ ଓ ବିରୁଟ୍‌କୁ ବିମାନସେବା ବନ୍ଦ ରଖିଛି। ଇରାକର ଏରବିଲ୍‌ ବିମାନ ବନ୍ଦର ସମସ୍ତ ବିମାନ ଚଳାଚଳ ବନ୍ଦ ରଖିଥିବା ଇରାକ୍‌ ‌ଷ୍ଟେଟ୍‌ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+