ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ଆକ୍ରମଣ:୬୮ ମୃତ
Israel Air Strike: ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ଆକ୍ରମଣ । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୭୮ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ୧୨ ମହିଳା ଓ ୭ ଶିଶୁ ଥିବା ସୂଚନା ରହିଛି । ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧରେ ୨୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଅଢେଇ ଲକ୍ଷ ନାଗରିକ ବିସ୍ଥାପିତ ହୋଇଥିବା ନେଇ ସୂଚନା ରହିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଜାତିଂସଘରୁ ଚେତାବନୀ ପରେ ମଧ୍ୟ ଗାଜା ଉପରେ ଇସ୍ରାଏଲ ଏହାର ଆକ୍ରମଣ ଜାରି ରହିଛି । ଆକାଶ ମାର୍ଗରୁ କରୁଛି ଆକ୍ରମଣ । ଏହାପୂର୍ବରୁ ଶୁକ୍ରବାର ଦିନ ଇସ୍ରାଏଲ ଆକ୍ରମଣରେ ଗୋଟିଏ ସଂପ୍ରସାରିତ ପରିବାରର ୭୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଇସ୍ରାଏଲର ଏପରି ଆକ୍ରମଣକୁ ନେଇ ଜାତିସଂଘର ମୁଖ୍ୟ କହିଥିଲେ ଯେ ଇସ୍ରାଏଲ ଆକ୍ରମଣ ଯୋଗୁଁ ଗାଜାର କୌଣସି ସ୍ଥାନ ଆଉ ନିରାପଦ ନୁହେଁ । ଏସ୍ରାଏଲ ଏଭଳି ଆକ୍ରମଣ କରୁଛି ଯେ ମାନବିକ ସହାୟତା ବଣ୍ଟନ କରିବା ମଧ୍ୟ ସମ୍ଭବ ହେଉନାହିଁ ।
ସୂଚନାଯୋଗ୍ୟ ଯେ ଅକ୍ଟୋବର ୭ ତାରିଖରେ ଗାଜାରେ ଶାସନ କ୍ଷମତାରେ ଥିବା ହମାସ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣରେ ୧୨୦୦ ଇସ୍ରାଏଲୀ ନିହତ ହୋଇଥିଲେ ଓ ହମାସ ବାହିନୀ ୨୪୦ ଇସ୍ରାଏଲୀଙ୍କୁ ପଣବନ୍ଦୀ କରି ନେଇଥିଲା । ଏହାର ଜବାବରେ ସେବେଠାରୁ ଇସ୍ରାଏଲ ସେନା ଗାଜା ଉପରେ ଭୟାନକ ଆକ୍ରମଣ ଜାରି ରଖିଛି । ପ୍ରାୟ ୧୨ ସପ୍ତାହ ହେଲାଣି ଇସ୍ରାଏଲ ଆକ୍ରମଣରେ ଗାଜାରେ ବସବାସ କରୁଥିବା ପ୍ରାୟ ୨୦ ହଜାର ପାଲେଷ୍ଟିନୀୟ ନିହତ ହେବା ସହିତ ୫୩ ହଜାର ଆହତ ହୋଇଛନ୍ତି ।












Click it and Unblock the Notifications