କାବୁଲ ବିମାନ ବନ୍ଦରରେ ରକେଟ୍ ମାଡ: ଇସଲାମିକ୍ ଷ୍ଟେଟ୍ ନିଜକୁ ଦାୟୀ କଲା

କାବୁଲ୍: ଆଫଗାନିସ୍ତାନ ରାଜଧାନୀ କାବୁଲର ଆର୍ନ୍ତଜାତିକ ବିମାନବନ୍ଦରକୁ ଟାର୍ଗେଟ୍ କରି ଗୋଟିଏ ପରେ ଗୋଟିଏ ରକେଟ୍ ମାଡ଼ ହୋଇଥିଲା । ଏହି ଘଟଣାର ପ୍ରାୟ ୧୦ ଘଂଟା ପରେ ଇସଲାମିକ୍ ଷ୍ଟେଟ୍ ଆକ୍ରମଣ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏଏନ୍ଅଆଇ ସୂତ୍ରରୁ ପ୍ରକାଶ ଯେ, ନସେର ନ୍ଯୁଜ ସଂସ୍ଥା ନିଜ ଟେଲିଗ୍ରାମ୍ ଚାନେଲରେ ଏହି ସୂଚନା ଦେଇଛି ।

kabul rocket strike

ଟେଲିଗ୍ରାମ୍ ଚାନେଲରେ ଦର୍ଶାଯାଇଛି ଯେ, ଇସଲାମିକ୍ ଷ୍ଟେଟ୍ ଏହି ଆକ୍ରମଣ କରିଛି ।
ସୋମବାର ସକାଳେ କାବୁଲର ହମିଦ୍ କାରଜାଇ ଆର୍ନ୍ତଜାତିକ ବିମାନ ବନ୍ଦରକୁ ଟାର୍ଗେଟ୍ କରି ଗୋଟିଏ ପରେ ଗୋଟିଏ ୫ଟି ରକେଟ୍ ମାଡ ହୋଇଥିଲା । ବିମାନ ବନ୍ଦରର ଏୟାର୍ ଡିଫେନ୍ସ ବ୍ୟବସ୍ଥାକୁ ଟାର୍ଗେଟ୍ କରି ଏହିସବୁ ରକେଟ୍ କାବୁଲର ଖେର୍ ଖାନା ଅଂଚଳରୁ ଛଡ଼ା ଯାଇଥିଲା ଏହିସବୁ ରକେଟ୍ । ତେବେ କାବୁଲ ବିମାନ ବନ୍ଦରର ଏୟାର୍ ଡିଫେନ୍ସ ବ୍ୟବସ୍ଥା ଏହି ସବୁ ରକେଟର ଆଗମନକୁ ଅବଗତ ହୋଇ ପାରିଥିଲା ଏବଂ ଆକ୍ରମଣକୁ ବିଫଳ କରି ରକେଟଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଦେଇଥିଲା । ଏହା ଫଳରେ ବିରାଟ କ୍ଷତିକୁ ଏଡାଇ ଦିଆଯାଇ ପାରିଲା ।
ସୂଚନାଯୋଗ୍ୟ ଯେ, କାବୁଲ ବିମାନ ବନ୍ଦରରେ ଗତ ସପ୍ତାହରେ ଆତ୍ମଘାତି ଆକ୍ରମଣ ହୋଇଥିଲା ଯେଉଁଥିରେ ଶହେରୁ ଅଧିକ ଲୋକଙ୍କ ମର୍ମନ୍ତୁଦ ମୃତୁ୍ୟ ହୋଇଥିଲା । ଏଥିରେ ଆମେରିକାର ୧୩ ଜଣ ନାଗରିକ ଅନ୍ତର୍ଭୁକ୍ତ । ଗତ ଶୁକ୍ରବାର ଏହି ଆକ୍ରମଣ ଇସଲାମିକ୍ ଷ୍ଟେଟ୍ କରିଥିବା ଦାବି କରିଥିଲା । ଏହା ଅନୁମାନ କରାଯାଉଛି ଯେ, ତାଲିବାନର ପ୍ରତିଦ୍ୱନ୍ଦୀ ଇସଲାମିକ୍ ଷ୍ଟେଟର ଗୋÂୀ କାବୁଲ ବିମାନ ବନ୍ଦର ନିକଟରେ ବାରମ୍ବାର ଆକ୍ରମଣ କରିବା ଲକ୍ଷ୍ୟ ନେଇ ଘୁରିବୁଲୁଛନ୍ତି । କୁହାଯାଉଛି ଯେ, ତାଲିବାନୀ ଏବଂ ଆମେରିକା ନାଗରିକଙ୍କୁ ସେମାନେ ଟାର୍ଗେଟ୍ କରିଛନ୍ତି ।

ଆମେରିକା କରିଥିଲା ମିସାଇଲ୍ ଆକ୍ରମଣ:

ଏଭିତରେ ରବିବାର ଦିନ ଆମେରିକା ସେନା କାବୁଲର ଏକ ବାହନ ଉପରେ ମିସାଇଲ୍ ଦ୍ୱାରା ଆକ୍ରମଣ କରିଥିଲା । ଆମେରିକା ପକ୍ଷରୁ କୁହାଯାଇଛି ଯେ, ଏହି ଗାଡ଼ିରେ ଆତ୍ମଘାତି ଆକ୍ରମଣ କରିବା ପାଇଁ ଜଣେ ବ୍ୟକ୍ତି ଥିଲା ଯିଏକି କାବୁଲ ବିମାନ ବନ୍ଦର ନିକଟରେ ବିସ୍ଫୋରଣ ଘଟାଇବା ନିମନ୍ତେ ସକ୍ରିୟ ଥିଲା ।

kabul airport

ଆଫଗାନିସ୍ତାନରୁ ନିଜ ନିଜ ନାଗରିକମାନଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇବା ପାଇଁ ବିଭିନ୍ନ ଦେଶ ଏୟାର ଲିଫଟ ଅଭିଯାନରେ ଅଛନ୍ତି । ପ୍ରାଥମିକ ଭାବରେ ୩୧ ଅଗଷ୍ଟ ସୁଦ୍ଧା ଦେଶ ଛାଡ଼ିବାକୁ ତାଲିବାନ୍ ଡେଡ୍ ଲାଇନ୍ ଜାରି କରିଥିଲା । ତେବେ ଏହା ପରେ ବି ବିଦେଶୀ ନାଗରିକଙ୍କୁ ଆଫଗାନିସ୍ତାନ ଛାଡ଼ିବା ପାଇଁ ସୁଯୋଗ ଦିଆଯିବ ବୋଲି ତାଲିବାନ୍ ସଫେଇ ଦେଉଛି । ହେଲେ ବାସ୍ତବିକ ସ୍ଥିତି କିନ୍ତୁ ଓଲଟା ଦେଖିବାକୁ ମିଳୁଛି । ବିମାନ ବନ୍ଦର ନିକଟରେ ଦେଶ ଛାଡ଼ିବା ପାଇଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ନାଗରିକ ବିମାନ ବନ୍ଦର ନିକଟରେ ଜମା ହୋଇଛନ୍ତି । ଅପରପକ୍ଷରେ ଗୋଟିଏ ପରେ ଗୋଟିଏ ଆକ୍ରମଣ ଯୋଗୁଁ କାବୁଲ ବିମାନ ବନ୍ଦରରେ ଡେରା ପକାଇଥିବା ନାଗରିକ ନିଜ ଜୀବନକୁ ଅସୁରକ୍ଷିତ ସ୍ଥିତିରେ ଦେଖିି ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+