ଆମେରିକାକୁ ଇରାନର ଚେତାବନୀ, ମାତ୍ର ୩୬ ମିନିଟ୍‌ରେ.....

ଯୁଦ୍ଧବିରତି ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସମୟସୀମା ପୂର୍ବରୁ, ଇରାନ ଆମେରିକାକୁ ଧ୍ବଂସ କରିବାକୁ ତିଆରି କଲା ଏକ ମାରାତ୍ମକ କ୍ଷେପଣାସ୍ତ୍ର । ଯାହାର ନାଁ ହେଉଛି ଖୋରମଶହର-5 । ଏହି କ୍ଷେପଣାସ୍ତ୍ର ମାତ୍ର 36 ମିନିଟରେ ଆମେରିକାକୁ ଧ୍ବଂସ୍ତ ବିଧ୍ବଂସ୍ତ କରିଦେବ । ଏହି କ୍ଷେପଣାସ୍ତ୍ର ଇରାନର ରାଜଧାନୀ ତେହେରାନରୁ ଆମେରିକାକୁ ସହଜରେ ଆକ୍ରମଣ କରିପାରିବ। ଏହି କ୍ଷେପଣାସ୍ତ୍ରକୁ ଇରାନର ସବୁଠାରୁ ବିପଦପୂର୍ଣ୍ଣ କ୍ଷେପଣାସ୍ତ୍ର ଭାବରେ ବର୍ଣ୍ଣନା କରାଯାଉଛି।

ତେହେରାନରୁ ଯଦି ଏହା ନିକ୍ଷେପ କରାଯାଏ, ତେବେ ଏହି ମିଶାଇଲ ଆମେରିକାରେ ପହଞ୍ଚିବାକୁ ପ୍ରାୟ ୩୬ ମିନିଟ ସମୟ ନେବ। ଇରାନର ରାଜଧାନୀ ତେହେରାନରୁ ଆମେରିକାର ଦୂରତା ପ୍ରାୟ ୧୧ ହଜାର କିଲୋମିଟର। ଅର୍ଥାତ୍‌ ଇରାନ ଏହି ମିଶାଇଲ ବ୍ୟବହାର କରି ଆମେରିକା ଉପରେ ସହଜରେ ଆକ୍ରମଣ କରିପାରିବ।

iran

ସମ୍ପ୍ରତି ଇସ୍ରାଏଲ ଯୁଦ୍ଧ ସମୟରେ, ଏହା ଦେଖାଯାଇଥିଲା ଯେ ଇରାନ ଏହାର ସହରଗୁଡ଼ିକ ଉପରେ ବହୁତ ମିଶାଇଲ ମାଡ଼ କରିଥିଲା। ଇସ୍ରାଏଲର ଅନେକ ସହର ଧ୍ୱଂସ ପାଇଥିଲା। ଆମେରିକା ଖୋରମଶହର-୫ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। ଖୋରମଶହର-୫ର ଯୁଦ୍ଧାସ୍ତ୍ର ୨ ଟନ, ଯାହା ଆମେରିକୀୟ ବଙ୍କର ବଷ୍ଟର ବୋମା ସହିତ ସମାନ। ଇରାନ ଯୁଦ୍ଧ ସମୟରେ ଆମେରିକା ଏହାର ୩ଟି ପରମାଣୁ ଘାଟି ଉପରେ ଏହି ବୋମା ପକାଇଥିଲା। ଇରାନକୁ ୟୁରାନିୟମ ସମୃଦ୍ଧି ପାଇଁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ସମୟ ସୀମା ମିଳିଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବୁ। ଯଦି ଇରାନ ସହିତ ୟୁରାନିୟମ ସମୃଦ୍ଧି ସମ୍ପର୍କରେ କୌଣସି ଆଲୋଚନା ହୁଏ ନାହିଁ, ତେବେ ଆମେ ନିଷ୍ପତ୍ତି ନେବୁ। ବିଶେଷଜ୍ଞମାନେ କହିଛନ୍ତି ଯେ ଇରାନ ପାଖରେ ୪୦୦ କିଲୋଗ୍ରାମ ୟୁରାନିୟମ ଅଛି। ଜୁନ ୨୦୨୫ରେ ଇରାନ ଏବଂ ଆମେରିକା ୟୁରାନିୟମକୁ ନେଇ ତେହରାନର ୩ଟି ସ୍ଥାନରେ ଆକ୍ରମଣ କରିଥିଲେ। ୧୨ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଇରାନର ପ୍ରାୟ ଏକ ଡଜନ ପରମାଣୁ ବୈଜ୍ଞାନିକ ଏବଂ ସାମରିକ ଅଧିକାରୀ ନିହତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+