ଏହି ଦେଶରେ ବସବାସ କଲେ ମିଳିବ ୭୧ ଲକ୍ଷ ଟଙ୍କା: ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ବିଦେଶ ଯାତ୍ରା କରିବାକୁ କିଏ ପସନ୍ଦ କରନ୍ତି ନାହିଁ । ଅନେକ ଥର ଯେତେବେଳେ ଆମେ କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତି, ଆମେ ଏଠାରେ ରହି ଯିବାକୁ ଇଚ୍ଛା କରିନ୍ତି ।
ତେବେ କଳ୍ପନା କରନ୍ତୁ, ଯଦି ସେଠାରେ ଥିବା ସରକାର ଆପଣଙ୍କୁ ସବୁଦିନ ପାଇଁ ରହିବାକୁ ପ୍ରସ୍ତାବ ଦିଅନ୍ତି ଏବଂ ଆପଣଙ୍କୁ ଟଙ୍କା ମଧ୍ୟ ଦିଅନ୍ତି ? ତେବେ ଆପଣ କଣ କରିବେ ? ଆଜ୍ଞା ଏପରି ସତରେ ହିଁ ଘଟୁଛି । ଏପରି ଏକ ଦେଶ ରହିଛି ଯେଉଁଠିକାର ସରକାର ତାଙ୍କ ଦେଶରେ ଆପଣଙ୍କୁ ସବୁଦିନ ରହିବାକୁ ଅନୁମତି ଦେଉଛନ୍ତି ଏବଂ ଏଥି ସହିତ ଟଙ୍କା ମଧ୍ୟ ଦେଉଛନ୍ତି ।

ଆମେ ଆୟର୍ଲାଣ୍ଡ ବିଷୟରେ କହୁଛୁ । ଆୟର୍ଲାଣ୍ଡ ସରକାର ଏଠାରେ ରହୁଥିବା ଲୋକଙ୍କୁ ୭୧ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । 'ଅରେ ଲିଭିଙ୍ଗ ଆୟର୍ଲାଣ୍ଡ' ନୀତି ଅନୁଯାୟୀ ଏହି ଅଫର ଦିଆଯାଉଛି ।
ବାସ୍ତବରେ ଆୟର୍ଲାଣ୍ଡ ସରକାର ଏହାର ଦ୍ୱୀପପୁଞ୍ଜରେ ଜନସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛନ୍ତି । ଏଥିପାଇଁ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । ନୂତନ ବାସିନ୍ଦାଙ୍କୁ ଏଠାରେ ବସବାସ ପାଇଁ ସରକାର ୭୧ ଲକ୍ଷ ଟଙ୍କା ଦେଉଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆୟର୍ଲାଣ୍ଡର ୩୦ ଦ୍ୱୀପପୁଞ୍ଜରେ ପରିତ୍ୟକ୍ତ ସମ୍ପତ୍ତିର ବ୍ୟବହାର ଏବଂ ପୁନରୁଦ୍ଧାର କରିବା ।
ତେବେ ଏହି ଯୋଜନାରେ କିଛି ସର୍ତ୍ତ ମଧ୍ୟ ରହିଛି । ଏହି ଯୋଜନାର ଲାଭ ଉଠାଇବାକୁ, ଆପଣଙ୍କୁ ଆୟର୍ଲାଣ୍ଡର ଦ୍ୱୀପପୁଞ୍ଜରେ ଏକ ସମ୍ପତ୍ତି କିଣିବାକୁ ପଡିବ । ଏହା ୧୯୯୩ ପୂର୍ବରୁ ନିର୍ମିତ ଏବଂ ଅତି କମରେ ୨ ବର୍ଷ ପାଇଁ ଖାଲି ଥିବା ଏକ ସମ୍ପତ୍ତି ହେବା ଉଚିତ୍ । ଏହି ଯୋଜନାରେ ପ୍ରାପ୍ତ ୭୧ ଲକ୍ଷ ଟଙ୍କା ଘର ମରାମତି, ସାଜସଜ୍ଜା ଇତ୍ୟାଦିରେ ବ୍ୟବହାର କରାଯାଇ ପାରିବ ।
କେମିତି କରିବେ ପଞ୍ଜୀକରଣ ?
ଆୟର୍ଲାଣ୍ଡ ପାଇଁ ୭୧ ଲକ୍ଷ ଯୋଜନା ୧ ଜୁଲାଇରୁ ଆରମ୍ଭ ହୋଇଛି । ଏହି ଯୋଜନାରେ ୩୦ ଅଗଷ୍ଟ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ । ଯେଉଁମାନଙ୍କର ଆୟର୍ଲାଣ୍ଡକୁ ଭିସା ଅଛି ସେମାନେ ଏହି ଯୋଜନାରେ ପଞ୍ଜିକରଣ କରିପାରିବେ। ତେବେ ଏହି ଯୋଜନା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରହିଛି । ଏଥିପାଇଁ କାଗଜପତ୍ର ଭାବେ ପାସପୋର୍ଟ, ଭିସା, ବୟସ ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା, ମୂଳ ଠିକଣା, ଆୟ,କାର୍ଯ୍ୟ ଦକ୍ଷତା ଏବଂ ଆଇଡି ପ୍ରମାଣପତ୍ର ଆଦି ଜରୁରୀ ।












Click it and Unblock the Notifications