ଇରାନର ସର୍ବୋଚ୍ଚ ନେତା ଖାମେନେଇ ନିହତ, ପ୍ରତିଶୋଧ ନିଆଁରେ ଜଳୁଛି ଇରାନ

ଇରାନର ସର୍ବୋଚ୍ଚ ନେତା ଖାମେନେଇ ନିହତ ହୋଇଥିବା କଥା ଇରାନର ରାଜ୍ୟ ସଂଚାରମାଧ୍ୟମ ନିଶ୍ଚିତ କରିଛି । ରିପୋର୍ଟ ଅନୁସାରେ, ବଡ଼ ଆକ୍ରମଣ ଦେଖାଯାଇଥିବା ବେଳେ, ଆମେରିକା ଓ ଇସ୍ରାଏଲ୍‌ ତେହେରାନ୍‌ ସହ ଅନ୍ୟାନ୍ୟ ଇରାନୀ ଲକ୍ଷ୍ୟସ୍ଥଳୀରେ ଭୟାବହ ବିମାନ ଓ ମିସାଇଲ୍‌ ଆକ୍ରମଣ କରିଥିଲେ । ସେହି ଯୁକ୍ତ ଆକ୍ରମଣ ପରେ ଖାମେନେଇଙ୍କ ମୃତ୍ୟୁ ଘଟିଥିବାକୁ ଦୁଇ ଦେଶ ଦାବି କରିଥିଲେ। ଆଜି ସକାଳେ ଇରାନର ସରକାରୀ ପ୍ରସାରକ (IRIB) ଖବର ଦେଇ କହିଛି, "ଇରାନର ସର୍ବୋଚ୍ଚ ନେତା ଶହୀଦ ହୋଇଛନ୍ତି।" ଇସ୍ଲାମିକ୍‌ ରିପବ୍ଲିକ୍‌ର ଦ୍ୱିତୀୟ ସର୍ବୋଚ୍ଚ ନେତା ଭାବେ ଦୀର୍ଘ ସମୟ ଧରି ଶାସନ କରୁଥିବା ଖାମେନେଇଙ୍କ ପାଖରେ ସ୍ପଷ୍ଟ ଉତ୍ତରାଧିକାରୀ ନଥିବାରୁ, ଏହି ଘଟଣା ପରେ ତେହେରାନ୍‌ର ରାଜନୈତିକ ଭବିଷ୍ୟତ୍‌ ଅନିଶ୍ଚିତତାରେ ପଡ଼ିପାରେ। ସେଥିପାଇଁ ଇରାନ ପକ୍ଷରୁ ପ୍ରତିଶୋଧ ନେବାର ଚେତାବନୀ ଦିଆଯାଇଥିବାରୁ, ଆସନ୍ତା ଦିନରେ ଦୀର୍ଘସ୍ଥାୟୀ ସଂଘର୍ଷ ଆଶଙ୍କା ମଧ୍ୟ ବଢ଼ିଛି ।

Iran s

ଏହାପୂର୍ବରୁ ଖାମେନେଙ୍କ ମୃତ୍ୟୁ ନେଇ ବଡ଼ ଦାବି କରିଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ବାଇଟ୍ ହାଉସ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦେଇଥିଲେ ଟ୍ରମ୍ପ । ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଗତ କିଛି ଦଶନ୍ଧି ମଧ୍ୟରେ ଇରାନ ଉପରେ ଏହା ସବୁଠାରୁ ବଡ଼ ଓ ଶକ୍ତିଶାଳୀ ଥିଲା । ଏଥିରେ ଖାମେନେଇ ସମେତ ଅନେକ ଶୀର୍ଷ ନେତା ମୂଳପୋଛ ହୋଇଯାଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଖାମେନେଇ ଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କରିଥିଲେ ।

ନେତାନ୍ୟାହୁ କହିଥିଲେ ଯେ, ଏହି ଆକ୍ରମଣରେ ଖାମେନେଇ ଙ୍କ ବାସଭବନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଖାମେନେଇ ମୃତ୍ୟୁ ହୋଇଥିବା ନେଇ ଆମକୁ ଦୃଢ଼ ସଙ୍କେତ ମିଳିଛି। ଏହାସହିତ ରିଭୋଲ୍ୟୁସନାରୀ ଗାର୍ଡର ଅନେକ ବରିଷ୍ଠ କମାଣ୍ଡର ଏବଂ ପରମାଣୁ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଛନ୍ତି । ନେତାନ୍ୟାହୁ ଇରାନବାସୀଙ୍କୁ ଏହି ସୁଯୋଗର ଫାଇଦା ଉଠାଇ ଶାସନ ବ୍ୟବସ୍ଥାକୁ ଦଖଲ କରିଦେବାକୁ ଆହ୍ବାନ ଦେଇଛନ୍ତି । ଏନବିସି ନ୍ୟୁଜ୍ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଖାମେନେଇ ଙ୍କ ସମେତ ଇରାନର ପ୍ରାୟ ସମସ୍ତ ପ୍ରମୁଖ ନିଷ୍ପତ୍ତି ଗ୍ରହଣକାରୀ ନେତା ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆମେରିକା ଏହି ଅଭିଯାନକୁ ସଫଳ ବୋଲି ଘୋଷଣା କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+