ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକାର ଭୟଙ୍କର ଆକ୍ରମଣ । ଆମେରିକାର ବଡ଼ ଆକ୍ରମଣରେ ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣାରେ ସମଦ୍ରରୁ ୮୭ଜଣଙ୍କ ମୃତଦେହ ଉଦ୍ଧାର । ୩୨ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ଶ୍ରୀଲଙ୍କାର ଗାଲେ ହସପିଟାଲରେ ଭର୍ତ୍ତି କରାଯାଇଛି । ଜାହାଜରେ ପ୍ରାୟ ୧୮୦ ଜଣ କର୍ମଚାରୀ ଥିଲେ । ଯୁଦ୍ଧ ଜାହାଜରେ ଥିବା ଅନ୍ୟମାନେ ନିଖୋଜ ଅଛନ୍ତି । ଶ୍ରୀଲଙ୍କା ଉପକୂଳ ନିକଟ ଭାରତ ମହାସାଗରରେ ଆମେରିକାର ବୁଡ଼ାଜାହାଜ ଇରାନର ଯୁଦ୍ଧ ଜାହାଜ 'IRIS Dena' କୁ ଟର୍ପିଡୋ ମାଡ଼ କରି ବୁଡ଼ାଇ ଦେଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ପ୍ରଥମ ଥର ପାଇଁ ଟର୍ପିଡୋ ବ୍ୟବହାର କରି କୌଣସି ଶତ୍ରୁ ଜାହାଜକୁ ନଷ୍ଟ କରିଛି। ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହାକୁ ସ୍ପଷ୍ଟ କହିଛନ୍ତି ।

ସେ କହିଛନ୍ତି, ଏହା ଇରାନ ନୌସେନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜାହାଜ ଥିଲା । ଏହି ଆକ୍ରମଣ ଫଳରେ ଇରାନର ସାମୁଦ୍ରିକ ଶକ୍ତି ଦୁର୍ବଳ ହୋଇଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ପ୍ରଥମ ଘଟଣା, ଯେଉଁଠି ଏକ ଶତ୍ରୁ ପକ୍ଷର ଜାହାଜକୁ ଟର୍ପିଡୋ ମାରି ବୁଡ଼ାଇ ଦେଇଛି ଆମେରିକା । ମଗ କ୍ଲାସର ଯୁଦ୍ଧ ଜାହାଜ ଇରିସ୍ ଦେନାରେ ପ୍ରାୟ ୧୮୦ଜଣ ନୌସୈନିକ ଥିଲେ । ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଏହି ଆକ୍ରମଣ କରାଯାଇଛି । ଶ୍ରୀଲଙ୍କାର ଗାଲେ ସହରଠାରୁ ପ୍ରାୟ ୨୦-୪୦ ନଟିକାଲ ମାଇଲ ଦୂର ଅନ୍ତର୍ଜାତୀୟ ଜଳସୀମାରେ ଏହି ଆକ୍ରମଣ ହୋଇଛି । ଶ୍ରୀଲଙ୍କା ନୌସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆମେରିକାର ରିପୋର୍ଟ ଅନୁଯାୟୀ ଫେବୃଆରୀ ୨୮ରୁ ଏପର୍ଯ୍ୟନ୍ତ ଇରାନର ୧୭ଟି ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଇସାରିଛି । ବର୍ତ୍ତମାନ ପର୍ସିଆନ୍ ଗଲ୍ଫ, ହର୍ମୁଜ୍ ପ୍ରଣାଳୀ କିମ୍ବା ଓମାନ ସାଗରରେ ଇରାନର କୌଣସି ଜାହାଜ ଚଳାଚଳ କରୁନାହିଁ।
-
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ଇରାନ ସହିତ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଆମେରିକାର ସାଂସଦଙ୍କ ସମର୍ଥନ, ଯୁଦ୍ଧ ବନ୍ଦ ବିଲକୁ ପ୍ରତ୍ୟାଖ୍ୟାନ -
ଷ୍ଟ୍ରେଟ୍ ଅଫ ହରମୁଜକୁ ବନ୍ଦ କଲା ଇରାନ, କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ବଂସ କରିବାକୁ ଚେତାବନୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଇରାନର ନୂଆ ‘ସୁପ୍ରିମ୍ ଲିଡର’ ହେଲେ ମୋଜତାବା -
ଆମେରିକା ତାର ନାଗରିକଙ୍କୁ ୧୨ରୁ ଅଧିକ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ -
ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ -
୪୪ଟି ସରକାରୀ ସ୍କୁଲ ପାଇଁ ଏକ ବଡ଼ ଘୋଷଣା କଲେ ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା -
ସୁରେଶ ପୂଜାରୀ ଅସୁସ୍ଥ, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର -
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଜେଲେନସ୍କିଙ୍କ ପ୍ରସ୍ତାବ, ରୁଷକୁ ଅସ୍ତ୍ରବିରତି ପାଇଁ ରାଜି କରାଅ, ଇରାନୀ ଡ୍ରୋନ୍ ଆକ୍ରମଣରୁ .....









Click it and Unblock the Notifications