Get Updates
Get notified of breaking news, exclusive insights, and must-see stories!

ସାଉଦି ଆରବ ଉପରେ ଇରାନ୍‌ର ଜୋରଦାର ଆକ୍ରମଣ, ଜଣେ ଭାରତୀୟ ନାଗରିକ ମୃତ

ପଶ୍ଚିମ ଏସିଆରେ ଜାରି ରହିଛି ମିସାଇଲ ମାଡ଼। ଆମେରିକାକୁ ସାହାଯ୍ୟ କରୁଥିବା ପଡ଼ୋଶୀ ରାଷ୍ଟ୍ରଙ୍କୁ ଇରାନ୍ ଟାର୍ଗେଟ୍ କରିଛି। ଏହାରି ଭିତରେ ସାଉଦି ଆରବର ଅଲ୍-ଖାର୍ଜ ସହରରେ ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି ।ଅନ୍ୟ ମୃତକ ଜଣକ ବାଂଲାଦେଶୀ ନାଗରିକ ହୋଇଥିବା ବେଳେ ଏହି ଆକ୍ରମଣରେ ଅନ୍ୟ ୧୨ ଜଣ ବାଂଲାଦେଶୀ ଆହତ ହୋଇଥିବା ସାଉଦି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସିଭିଲ ଡିଫେନ୍ସ ପ୍ରବକ୍ତା କହିଛନ୍ତି, ଅଲ-ଖାର୍ଜର ଏକ ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ର ଖସିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆବାସିକ ଅଂଚଳରେ ଏହି ଆକ୍ରମଣ ହୋଇଥିବାରୁ ଆତଙ୍କ ଖେଳିଯାଇଛି। ସ୍ଥାନୀୟ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

Iran
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+