ଇରାନର ମିଶାଇଲ ମାଡ଼ରେ ଇସ୍ରାଏଲ୍ର ଅନେକ ହସ୍ପିଟାଲ୍ ହେଲା ଧ୍ୱଂସ
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ଇସ୍ରାଏଲର ଆକ୍ରମଣ ପରେ, ଇରାନ ଏହାର ପ୍ରତିଶୋଧକୁ ଆହୁରି ଭୟଙ୍କର କରିଛି। ଇରାନ ଅନେକ ବାଲିଷ୍ଟିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଏହା ଇସ୍ରାଏଲର ଏକ ବଡ଼ ହସ୍ପିଟାଲକୁ ସିଧାସଳଖ ଟାର୍ଗେଟ କରିଛି।
ଇରାନର ଆକ୍ରମଣ ପରେ ଇସ୍ରାଏଲର ଏକ ବଡ଼ କ୍ଷତି ହୋଇଛି। ଇରାନ ଇସ୍ରାଏଲର ଦକ୍ଷିଣରେ ଥିବା ଇସ୍ରାଏଲର ସୋରୋକା ମେଡିକାଲ ସେଣ୍ଟର ଉପରେ ଆକ୍ରମଣ କରିଛି।ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍ର ଅନେକ ହସ୍ପିଟାଲ୍ କ୍ଷତିଗ୍ରସ୍ତ ହୋଇଛି। ସେଠାରୁ ଧୂଆ ବାହାରୁ୍ଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ; ଏକ ଲାଇଭ୍ କାର୍ଯ୍ୟକ୍ରମକୁ ସାମ୍ବାଧନ କଲା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଘୋଷଣା କରିଛନ୍ତି ଯେ ଦେଶ ଏକତାରେ ରହିଛି ଏବଂ ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ।

ଇରାନକୁ ଆତ୍ମସମର୍ପଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। ଯାହାର ଜବାବରେ, ଖାମେନି ଏପରି ଏକ କଠୋର ଚେତାବନୀ ଦେଇଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି କି ଯେକୌଣସି ଆମେରିକୀୟ ସାମରିକ ଆକ୍ରମଣ "ଗମ୍ଭୀର ଅପୂରଣୀୟ ପରିଣାମ" ଆଣିବ। ତେବେ ଆମେରିକା ଇରାନ ଉପରେ ଆକ୍ରମଣ କରିବ କି ନାହିଁ ସେ ବିଷୟରେ ଟ୍ରମ୍ପ କହିଛନ୍ତି, "ମୁଁ ଏହା କରିପାରେ, ମୁଁ ଏହା କରିନପାରେ। ମୋର ଅର୍ଥ, କେହି ଜାଣନ୍ତି ନାହିଁ ଯେ ମୁଁ କ'ଣ କରିବାକୁ ଯାଉଛି।"












Click it and Unblock the Notifications