ବାଣିଜ୍ୟିକ ଜାହାଜ ଉପରେ ଇରାନର ଆକ୍ରମଣ
ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ତୀବ୍ରତର ହେଉଥିବାବେଳେ ପାରସ୍ୟ ଉପସାଗରରେ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜ ଉପରେ ଇରାନ ଆକ୍ରମଣ କରିଛି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାକସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେଫ୍-ସି ବିଷ୍ଣୁ ନାମକ ଟ୍ୟାଙ୍କର ଉପରେ ଆକ୍ରମଣ ଯୋଗୁଁ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି ।

ଅନ୍ୟ ୧୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡିଛି । ଦୂତାବାସ ପକ୍ଷରୁ ଇରାକର ଅଧିକାରୀମାନଙ୍କ ସହ ଯୋଗସୂତ୍ର ରକ୍ଷା କରାଯାଇ ଭାରତୀୟ ନାବିକମାନଙ୍କ ଉଦ୍ଧାର ଏବଂ ସହାୟତା ଲାଗି ଉଦ୍ୟମ ଜାରି ରହିଛି । ମୃତ ନାବିକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।












Click it and Unblock the Notifications