୭ ଦେଶ ଉପରେ ନିଆଁ ବର୍ଷା କଲା ଇରାନ
ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମାତୃଭୂମିର ରକ୍ଷା ପାଇଁ ଶତ୍ରୁପକ୍ଷକୁ ଉଚିତ ଶିକ୍ଷା ଦେବାର ସମୟ ଆସିଯାଇଛି।
ଇରାନ ପକ୍ଷରୁ ସୌଦି ଆରବ, ଜର୍ଦ୍ଦାନ, ବାହାରିନ, କୁଏତ, କାତାର ଏବଂ ୟୁଏଇ (UAE) ରେ ଥିବା ଆମେରିକୀୟ ସୈନ୍ୟ ଘାଟିଗୁଡ଼ିକ ଉପରେ ଜୋରଦାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ବାହାରିନରେ ଥିବା ଆମେରିକୀୟ ନୌସେନାର ୫ମ ବେଡ଼ା (୫th Fleet) ମୁଖ୍ୟାଳୟକୁ କ୍ଷେପଣାସ୍ତ୍ର ଯୋଗେ ଟାର୍ଗେଟ କରାଯାଇଛି, ଯାହାଫଳରେ ସେଠାରେ ଆକାଶ ଧୂଆଁମୟ ହୋଇଯାଇଛି।

ଦକ୍ଷିଣ ଇରାନର ହୋର୍ମୋଜଗାନ ପ୍ରାନ୍ତରେ ଏକ ବାଳିକା ସ୍କୁଲ ଉପରେ ହୋଇଥିବା ବିମାନ ଆକ୍ରମଣରେ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ସେହିଭଳି ୟୁଏଇ (UAE) ଦାବି କରିଛି ଯେ ସେମାନେ ନିଜର ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ଅନେକ ଇରାନୀ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେଇଛନ୍ତି। ତେବେ ଆବୁଧାବିର ଏକ ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ରର ଭଙ୍ଗା ଅଂଶ ପଡ଼ିବାରୁ ଜଣେ ଏସୀୟ ନାଗରିକଙ୍କ ମୃତ୍ୟୁ ହୋଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ମୁଖ୍ୟ ଯୁଦ୍ଧ କାର୍ଯ୍ୟାନୁଷ୍ଠାନ(Main War Action) ଘୋଷଣା କରିଛନ୍ତି। ସେ ଇରାନୀ ସେନାକୁ ଆତ୍ମସମର୍ପଣ କରିବାକୁ କିମ୍ବା ମୃତ୍ୟୁ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି। ଏଥିସହ ଇରାନର ସାଧାରଣ ନାଗରିକମାନଙ୍କୁ ସୁରକ୍ଷିତ ରହିବା ପାଇଁ ଘରୁ ବାହାରକୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି।
ଇରାନ ଆକ୍ରମଣ ପରେ କତାର ଏବଂ ୟୁଏଇ ସେମାନଙ୍କର ଆକାଶ ସୀମା ବନ୍ଦ କରିଦେଇଛନ୍ତି। ଆକାଶ ସୀମା ବନ୍ଦ ହେବା ଯୋଗୁଁ କତାର ଏୟାରୱେଜ୍ ବିମାନ ଚଳାଚଳକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ଏହା ଉଲ୍ଲେଖନୀୟ ଯେ ଇରାନ ମଧ୍ୟ କତାର ଏବଂ ୟୁଏଇରେ ଥିବା ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିଛି।












Click it and Unblock the Notifications