ଇସ୍ରାଏଲକୁ ଚେତାବନୀ ଦେଲେ ଇରାନ, ଗାଜାରେ ଆକ୍ରମଣ ବନ୍ଦ ନ କଲେ ଭୟଙ୍କର ହେବ ଯୁଦ୍ଧ
ଇସ୍ରାଏଲ-ହମାସ ଯୁଦ୍ଧ: ଇସ୍ରାଏଲକୁ ଚେତାବନୀ ଦେଲେ ଇରାନ । ଗାଜାରେ ତୁରନ୍ତ ଆକ୍ରମଣ ବନ୍ଦ ନ କଲେ ଯୁଦ୍ଧ ଭୟଙ୍କର ହେବା ବୋଲି ଚେତାବନୀ ଦେଇଛି ଇରାନ । ଏହାସହ ଇସ୍ରାଏଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ଏନେଇ ଇରାନ ବୈଦେଶିତ ମନ୍ତ୍ରୀ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏପର୍ଯ୍ୟନ୍ତ ଇରାନ ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ସିଧାସଳଖ ଭାବେ ସାମିଲ ହୋଇ ନାହିଁ ।
ସୂଚନାଥାଉ ଯେ, ହମାସର ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଗାଜା ଉପରେ ଆକ୍ରମଣ କରୁଛି । ଇସ୍ରାଏଲ ଦାବି କରିଛି ଯେ, ଗାଜାରେ ହମାସ ଆତଙ୍କବୀ ଲୁଚି ରହିଛନ୍ତି ବୋଲି । ହେଲେ ଏହାରି ମଧ୍ୟରେ ଅନେକ ସାଧାରଣ ଲୋକଙ୍କର ମୃତ୍ୟ ଘଟିଲାଣି । ତେବେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଆସୁଛି ଇରାନ । ଇସ୍ରାଏଲ-ଇରାନ ପରସ୍ପର ଶତ୍ରୁ ରାଷ୍ଟ୍ର ।

ସୂଚନା ଏହା ମଧ୍ୟ ରହିଛି ଯେ, ଆତଙ୍କବାଦୀ ସଂଗଠନ ହମାସକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛି ଇରାନ । ତେବେ ହମାସ ଆକ୍ରମଣ ପଛରେ ଇରାନର ହାତ ରହିଛି ବୋଲି ମଧ୍ୟ ଦାବି ରହିଥି ଇସ୍ରାଏଲ । ହେଲେ ଏହି ଯୁଦ୍ଧରେ ସିଧାସଳଖ ସାମିଲ ହେବାଠୁ ଦୂରେଇ ରହିଛି ଇରାନ । ହେଲେ ଇସ୍ରାଏଲ ବାରମ୍ବାର ଆକ୍ରମଣ ଦେଖି ଶେଷରେ ସିଧାସଳଖ ଚେତାବନୀ ଦେଇଥି ଇରାନ ।
ସେପଟେ ଗାଜା ସୀମାନେ ପହଞ୍ଚିଛି ଇସ୍ରାଏଲ ଟ୍ୟାଙ୍କ । ଯେ କୌଣସି ସମୟରେ ମଧ୍ୟ ଗାଜା ଉପରେ ଆକ୍ରମଣ କରିପାରେ ଇସ୍ରାଏଲ ସେପଟେ ବିମାନ ଆକ୍ରମଣ ଜାରି ରହିଛି । ଅନ୍ୟପକ୍ଷରେ ଆଜି ପ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ଇସ୍ରାଏଲ ଗସ୍ତରେ ଯାଉଛନ୍ତି । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସାରିଛନ୍ତି ।
ସେହିପରି ଇସ୍ରାଏଲକୁ ସମର୍ଥ ଜଣାଇ ଆମେରିକା ରାଷ୍ଚ୍ରପତି କହିଛନ୍ତି, ନିଜ ଆତ୍ମରକ୍ଷା ପାଇଁ ଇସ୍ରାଏଲ ନେଇଥିବା ପଦକ୍ଷେପ ଉଚିତ୍ ଅଟେ ଏବଂ ହମାସର ଆକ୍ରମଣକୁ ନିନ୍ଦା କରିଛନ୍ତି ଜୋ ବାଇଡେନ୍ ।












Click it and Unblock the Notifications