Get Updates
Get notified of breaking news, exclusive insights, and must-see stories!

ଇରାନ ହିଂସା ନେଲାଣି ୫ହଜାର ଜୀବନ, ଗିରଫ ହେଲେଣି ୨୪ ହଜାର

ଇରାନରେ ଏପର୍ଯ୍ୟନ୍ତ ହୋଇଥିବା ବିରୋଧ ପ୍ରଦର୍ଶନରେ ଅତି କମରେ ୫୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ପ୍ରାୟ ୫୦୦ ସୁରକ୍ଷାକର୍ମୀ ସାମିଲ ଅଛନ୍ତି। ଏହି କଥା ରବିବାର ଜଣେ ଇରାନୀ ଅଧିକାରୀ ସୂଚନା ଦେଇଛନ୍ତି ଏବଂ କହିଛନ୍ତି - ନିରୀହ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ 'ଆତଙ୍କବାଦୀ ଏବଂ ସଶସ୍ତ୍ର ଦଙ୍ଗାକାରୀ' ଉପରେ ଲଗାଯାଇଛି।

ଅଧିକାରୀ ଜଣଙ୍କ କହିଛନ୍ତି , ଏହି ସଂଖ୍ୟା ସ୍ପଷ୍ଟ କରାଯାଇ ସାରିଛି। ଅନ୍ୟପଟେ ଇରାନୀ ଅଧିକାରୀମାନେ ହିଂସାକାଣ୍ଡ ପାଇଁ ବାରମ୍ବାର ବିଦେଶ ଶତ୍ରୁମାନଙ୍କୁ ଦାୟୀ କରିଛନ୍ତି। ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନି ଆମେରିକା ଏବଂ ଇସ୍ରାଏଲକୁ ଅଶାନ୍ତି ପ୍ରସାର କରୁ ଥିବାର ଅଭିଯୋଗ କରିଛନ୍ତି ଏବଂ ସ୍ୱୀକାର କରିଛନ୍ତି ଯେ ' କିଛି ହଜାର' ଲୋକ ନିହତ ହୋଇଛନ୍ତି।

ଇରାନୀ ଅଧିକାରୀଙ୍କ ଅନୁସାରେ , ଏହି ପ୍ରଦର୍ଶନ ୨୮ ଡିସେମ୍ବରରେ ଆର୍ଥିକ ଅସ୍ଥିରତା, ମୁଦ୍ରାସ୍ତୀତି ଏବଂ ବେକାରୀ ପ୍ରତିବାଦରେ ଆରମ୍ଭ ହୋଇଥିଲା। ପ୍ରାରମ୍ଭରେ, ଲୋକମାନେ ପ୍ରତିଦିନର ସମସ୍ୟାର ପ୍ରତିବାଦ କରିବା ପାଇଁ ରାସ୍ତାକୁ ଓହ୍ଲାଇ ଥିଲେ, କିନ୍ତୁ ଦୁଇ ସପ୍ତାହ ମଧ୍ଯରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡ଼ି ଗଲା ଏବଂ ଏହି ଆନ୍ଦୋଳନ ରାଜନୈତିକ ରୂପ ଧାରଣ କଲା। ଅନେକ ସହରରେ ସରକାର ବିରୋଧୀ ନାରା ଉଠି ଥିଲା ଏବଂ ଧାର୍ମିକ ଶାସନର ଉଚ୍ଛେଦ ପାଇଁ ଦାବି ଉଠିବାକୁ ଲାଗିଲା ।

ଆମେରିକା ସ୍ଥିତ ଏକ ମାନବାଧିକାର କାର୍ଯ୍ୟକର୍ତ୍ତା ଗୋଷ୍ଠୀ ଶନିବାର ଦିନ କହିଛି ଯେ , ଏହା ଅତି କମରେ ୩,୩୦୮ ଜଣଙ୍କ ମୃତ୍ୟୁ ରେକର୍ଡ କରିଛି, ଯେତେବେଳେ କି ଆଉ ୪,୩୮୨ଟି ମାମଲାର ତଦନ୍ତ ଚାଲିଛି।ଗ୍ରୁପ୍ କହିଛି ଯେ, ୨୪,୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଇରାନୀ ଅଧିକାରୀମାନେ ଏହି ଆକଳନକୁ ଅସ୍ବୀକାର କରି କହିଛନ୍ତି ଯେ, ସ୍ପଷ୍ଟ କରାଯାଇ ଥିବା ମୃତ୍ୟୁ ସଂଖ୍ୟାରେ ବିଶେଷ ବୃଦ୍ଧି ଘଟିବ ନାହିଁ ।

iran

ସେମାନେ ଅଭିଯୋଗ କରିଛନ୍ତି ଯେ, ଇସ୍ରାଏଲ ଏବଂ ବିଦେଶ ସ୍ଥିତ ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ଅଶାନ୍ତିରେ ସାମିଲ ଥିବା ଲୋକଙ୍କୁ ସମର୍ଥନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଯଦି ବିରୋଧ ପ୍ରଦର୍ଶନକାରୀଙ୍କୁ ହତ୍ୟା କିମ୍ବା ମୃତ୍ୟୁଦଣ୍ଡ ଜାରି ରହେ ତ ୱାଶିଂଟନ ହସ୍ତକ୍ଷେପ କରିପାରେ। ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ , ତେହେରାନ ନିର୍ଦ୍ଧାରିତ ଗଣମୃତ୍ୟୁଦଣ୍ଡକୁ ବାତିଲ କରିଛି ଏବଂ ଏଥିପାଇଁ ସେ ଇରାନର ନେତୃତ୍ବକୁ ଧନ୍ୟବାଦ ଦେଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+