ଇରାନର ବଡ଼ ଘୋଷଣା: ରୁଷ ସାହାଯ୍ୟରେ ଇରାନ ୮ଟି ନୂଆ ପରମାଣୁ ଶକ୍ତି କେନ୍ଦ୍ର କରିବ ନିର୍ମାଣ
ରୁଷ ସହାୟତାରେ ୮ଟି ନୂଆ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ କରିବା ନେଇ ଯୋଜନା ସମ୍ପର୍କରେ ଇରାନ୍ ସରକାର ଘୋଷଣା କରିଛନ୍ତି । ଇରାନ୍ର ପରମାଣୁ ଶକ୍ତି ସଂଗଠନର ମୁଖ୍ୟ ମହମ୍ମଦ ଇସଲାମି କହିଛନ୍ତି, ଦେଶର ସ୍ୱଚ୍ଛ ଏବଂ ନିରନ୍ତର ଶକ୍ତି ଉତ୍ପାଦନକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପରି ଗ୍ରହଣ କରାଯାଇଛି । ବୁଶେହରରେ ଚାରୋଟି ପରମଣୁ ଶକ୍ତି କେନ୍ଦ୍ର ଏବଂ ଏହାର ଉତ୍ତର ଓ ଦକ୍ଷିଣ ଉପକୂଳରେ ଅନ୍ୟ ଚାରୋଟି କେନ୍ଦ୍ର ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଦେଶର ଉତ୍ତରାଞ୍ଚଳର ଗେ।ଲସ୍ତାନରେ ନିର୍ମାଣ କାର୍ଯ୍ୟ ଆରମ୍ଭହୋଇସାରିଥିବା ବେଳେ ଖୁଜେସ୍ତାନ ପ୍ରଦେଶରେ ଖୁବ୍ ଶୀଘ୍ର ପରମାଣୁ ଶକ୍ତି କେନ୍ଦ୍ର କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସେ କହିଛନ୍ତି । ନୂତନ ପ୍ରକଳ୍ପ ଗୁଡ଼ିକ ଦେଶର ପରମାଣୁ ବିଦ୍ୟୁତ୍ ଉତ୍ପାଦନକୁ ୨୦ ହଜାର ମେଗାୱାଟ୍କୁ ବୃଦ୍ଧି କରିବ ବୋଲି ସେ କହିଛନ୍ତି ।

ଇରାନ୍ ରାଷ୍ଟ୍ରପତି ମାସୁଦ ପେଜେସ୍କିୟାନ୍ କହିଛନ୍ତି, ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଶାନ୍ତି ଉଦ୍ଦେଶ୍ୟରେ ପ୍ରେରିତ । ଅସ୍ତ୍ରଶସ୍ତ୍ର ବିକାଶ କରିବ ଇରାନ୍ ପରମାଣୁ କାର୍ଯ୍ୟକ୍ରମର ଅଂଶବିଶେଷ ନୁହେଁ ବୋଲି ସେ ଘୋଷଣା କରିଛନ୍ତି । ଇସ୍ରାଏଲ୍ ଗତ ଜୁନ୍ ମାସରେ ଇରାନ୍ର ପ୍ରମୁଖ ପରିମାଣୁ ପ୍ରତିଷ୍ଠାନ ଗୁଡ଼ିକୁ ଲକ୍ଷ୍ୟ କରି ଆକାଶମାର୍ଗରୁ ଆକ୍ରମଣ କରିବାର କିଛି ମାସ ପରେ ଇରାନ୍ ପକ୍ଷରୁ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ ସମ୍ପର୍କିତ ଯୋଜନା ନେଇ ଘୋଷଣା କରାଯାଇଛି ।












Click it and Unblock the Notifications