ହିଜାବକୁ ବିରୋଧ କରି ଛାତ୍ରୀ ଖୋଲିଦେଲେ ସବୁ କପଡ଼ା, ଆଉ ତା ପରେ......
ତେହେରାନ : ଇରାନରେ ଜଣେ ଛାତ୍ରୀଙ୍କ ଭିନ୍ନ ଧରଣର ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଇରାନ ଛାତ୍ରୀ ତାଙ୍କ ବିଶ୍ୱବିଦ୍ୟାଳୟର କଡା ଡ୍ରେସ କୋଡକୁ ବିରୋଧ କରି ନିଜର ପୋଷାକ କାଢି ଦେଇ ଥିବାର ଅଭିଯୋଗ ହୋଇଛି। ଏହି ଘଟଣା କେବଳ ଇରାନରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋସିଆଲ ମିଡିଆ ଭିଡିଓ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର କଡ଼ା ଇସଲାମିକ୍ ଡ୍ରେସ୍ କୋଡ୍ ବିରୋଧରେ ଯୁବତୀ ଇରାନ୍ ବିଶ୍ୱବିଦ୍ୟାଳୟରେ ଏଭଳି ପ୍ରଦର୍ଶନ କରିଛନ୍ତି ।
ଛାତ୍ରୀ ଜଣକ ତାଙ୍କ ହିଜାବକୁ ସଠିକ ଭାବେ ନ ପିନ୍ଧିବା କାରଣରୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଶାରୀରିକ ନିର୍ଯ୍ୟାତନା ଦିଆଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ବହୁ ବିଶ୍ୱସ୍ତରୀୟ ମହିଳା ଏବଂ ସାମାଜିକ ସଂଗଠନ ଛାତ୍ରୀଙ୍କୁ ତୁରନ୍ତ ଏବଂ ସର୍ତ୍ତମୂଳକ ମୁକ୍ତ କରିବାକୁ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଗିରଫ ସମୟରେ ଶାରୀରିକ ଏବଂ ଯୌନ ହିଂସାର ସମ୍ମୁଖୀନ ହୋଇଥିଲେ ବୋଲି ସଂଗଠନ ଦାବି କରିଛି। ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦାବି ରହିଛି। ଏହା ବ୍ୟତୀତ ତାଙ୍କୁ ତାଙ୍କ ପରିବାର ଏବଂ ଓକିଲଙ୍କୁ ଭେଟିବାର ଅଧିକାର ଦିଆଯାଉ ବୋଲି ମଧ୍ୟ ଦାବି କରାଯାଇଛି।

ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଇସଲାମିକ୍ ୟୁନିଭର୍ସିଟିର ସୁରକ୍ଷା କର୍ମୀ ଜଣେ ଅଜଣା ଯୁବତୀଙ୍କୁ କାବୁ କରି ନେଇଯାଉଥିବା ଦେଖାଯାଉଛି । ୟୁନିଭର୍ସିଟିର ପ୍ରବକ୍ତା ଅମିର ମହଜୋବ 'ଏକ୍ସ'ରେ କହିଛନ୍ତି, ସେ ଗଭୀର ମାନସିକ ଚାପରେ ପୀଡ଼ିତ ବୋଲି ଥାନାରେ ଜଣାପଡ଼ିଥିଲା । ଏହାସହ ତାଙ୍କୁ ଅନେକ ମାନସିକ ବିକାର ମଧ୍ୟ ଥିଲା ।












Click it and Unblock the Notifications