ହିଜାବ ନି ପନ୍ଧି ଗୀତ ଗାଇବା ସିଙ୍ଗରଙ୍କୁ ପଡ଼ିଲା ମହଙ୍ଗା, ଗିରଫ କଲା ପୋଲିସ୍
ନୂଆଦିଲ୍ଲୀ : ହିଜାବ ନ ପିନ୍ଧି ଗୀତ ଗାଇବା ମହଙ୍ଗା ପଡିଛି । ହିଜାବ ନ ପିନ୍ଧି କନ୍ସର୍ଟରେ ପ୍ରଦର୍ଶନ ପାଇଁ ଇରାନରେ ଜଣେ ୟୁଟ୍ୟୁବ ଗାୟିକା ଗିରଫ ହୋଇଛନ୍ତି ୨୭ ବର୍ଷୀୟ ପରସ୍ତୁ ଅହମଦି । ଶନିବାର ଇରାନର ଉତ୍ତର ପ୍ରାନ୍ତର ମଞ୍ଜଦରାନର ରାଜଧାନୀ ସାରି ସହରରୁ ତାଙ୍କୁ ଉଠାଇ ନେଇଛି ପୋଲିସ । ସୂଚନା ମୁତାବକ ପରସ୍ତୁ ଅହମଦି ହିଜାବ ନ ପିନ୍ଧି ଅନଲାଇନ କନ୍ସର୍ଟ କରିଥିଲେ । ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି କୋର୍ଟ । ଏହି ମାମଲା ଆଇନଗତ ଓ ଧାର୍ମିକ ମାନର ଉଲ୍ଲଂଘନ ବୋଲି କୁହାଯାଉଛି । ଅହମଦିଙ୍କ ସହ ଅନ୍ୟ ୨ ପୁରୁଷ ସିଙ୍ଗରକୁ ମଧ୍ୟ ଗିରଫ କରାଯାଇଛି ।
ଶନିବାର ଇରାନ୍ର ଉତ୍ତର ପ୍ରାନ୍ତର ମଞ୍ଜଦରାନର ରାଜଧାନୀ ସାରି ସହରରୁ ପୁଲିସ ତାଙ୍କୁ ଗିରଫ କରିଛି। ଇରାନ୍ର ଜଣେ ଓକିଲ ମିଲାଦ ପନାହିପୁର ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ପରସ୍ତୁ ଅହମଦି ହିଜାବ ନ ପିନ୍ଧି ଅନ୍ଲାଇନ୍ କନ୍ସର୍ଟ କରିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି। ଏହି ମାମଲା ଆଇନଗତ ଏବଂ ଧାର୍ମିକ ମାନର ଉଲ୍ଲଂଘନ ବୋଲି କୁହାଯାଉଛି। ଅହମଦିଙ୍କ ସହ ତାଙ୍କର ଅନ୍ୟ ଦୁଇ ଜଣ ସାଥୀ ପୁରୁଷ ସିଙ୍ଗର୍ଙ୍କୁ ମଧ୍ୟ ଗିରଫ କରାଯାଇଛି।ଇରାନରେ ହିଜାବରେ ନେଇ କଠୋର ନିୟମ ରହିଛି । ବାସ୍ତବରେ ୧୯୭୯ ଇସଲାମିକ ବିପ୍ଳବ ପରେ ଲାଗୁ ହୋଇଥିବା ଅନୁସାରେ ଇରାନରେ ମହିଳାମାନେ ସର୍ବସାଧାରଣ ସ୍ଥାନରେ ଚୁଟି ଘୋଡାଇବାକୁ ବାଧ୍ୟ । ସେମାନଙ୍କୁ ସର୍ବସାଧାରଣ ସ୍ଥାନରେ ଗୀତ ଗାଇବାକୁ ଅନୁମିତି ମଧ୍ୟ ଦିଆଯାଇ ନାହିଁ ।












Click it and Unblock the Notifications