ଇରାନରେ ଥମୁନି ହିଜାବ ନିଆଁ, ଇଣ୍ଟଟରନେଟ ସେବା ବନ୍ଦ
ଇରାନରେ ଏବେ ବି ହିଜାବକୁ ନେଇ ଜଳୁଛି ବହ୍ନି । ଦିନକୁ ଦିନ ଆହୁରି ତୀବ୍ର ହେଉଛି ହିଜାବ ବିରୋଧୀ ଆନ୍ଦୋଳନ ।
ତେହରାନ: ଇରାନରେ ଏବେ ବି ହିଜାବକୁ ନେଇ ଜଳୁଛି ବହ୍ନି । ଦିନକୁ ଦିନ ଆହୁରି ତୀବ୍ର ହେଉଛି ହିଜାବ ବିରୋଧୀ ଆନ୍ଦୋଳନ । ଏହି ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଛନ୍ତି 31 ଜଣ ନାଗରିକ। ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ପୋଲିସ ହେପାଜତରେ ଥିବା ସମୟରେ ମହିସା ଆମିନିଙ୍କ ମୃତ୍ୟୁ ପରେ ତେଜିଛି ବିବାଦ । ଇରାନରେ ଇସଲାମିକ ଡ୍ରେସ କୋଡକୁ ଅବମାନନା କରିଥିବା ବିରୋଧରେ ପୋଲିସ ଆମିନିଙ୍କୁ ଅଟକ ରଖିଥିଲା । ତେବେ ସେହି ସମୟରେ ପ୍ରାଣ ହରାଇଥିଲେ ଏହି ମହିଳା ।

ଏହି ଘଟଣା ପରେ ଏବେ ସର୍ବସାଧାରଣରେ ଆନ୍ଦୋଳନକାରୀ ମହିଳା ହିଜାବ ପୋଡିଦେବା ସହିତ ନିଜର କେଶ କାଟୁଥିବା ନଜର ଆସୁଛନ୍ତି। ଆମିନିଙ୍କ ମୃତ୍ୟୁକୁ ୟା ଭିତରେ 6 ଦିନ ବିତି ଗଲାଣି । କିନ୍ତୁ ଆନ୍ଦୋଳନ ଓ ବିକ୍ଷୋଭ ଥମିବାର ନାଁ ଧରୁନି । ଆନ୍ଦୋଳନକୁ କମ କରିବା ଲାଗି ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ସେବା ଉପରେ କଟକଣା ଲଗାଯାଇଛି । ଏଭଳି ସ୍ଥିତିରେ ଆମେରିକାର ଜଣେ ସାମ୍ବାଦିକା ହିଜାବ ପିନ୍ଧିବାକୁ ମନା କରିବାରୁ ଇରାନ ରାଷ୍ଟ୍ରପତି ସାକ୍ଷାତକାର କାର୍ଯ୍ୟକ୍ରମକୁ ବାତିଲ କରିଥିବା ଘଟଣା ଲୋକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଛି ।
The internet is now being cut in Iran because they don’t want people to see things like this: a man slaps a woman and thinks he can calmly walk away. Where such actions were commonplace before, there are now dire consequences - significantly handed out by other men. pic.twitter.com/iQ2llURxLS
— Omid Djalili (@omid9) September 21, 2022
ଇରାନ ଇଣ୍ଟରନେଟର ବିଶ୍ୱର ସବୁଠାରୁ ବଡ ସେନସର ମଧ୍ୟରୁ ଅନ୍ୟତମ । ଶହ ଶହ ବର୍ଷ ଆରମ୍ଭରୁ ଦେଶ ଇଣ୍ଟରନେଟ୍ ବିଷୟରେ ଚିନ୍ତିତ ଅଛି ଏବଂ ସେବେଠାରୁ ହାର୍ଡୱେର୍ ଏବଂ ସଫ୍ଟୱେୟାର୍ ଆଧାରିତ ବିଷୟବସ୍ତୁ ଫିଲ୍ଟରିଂର ଏକ ଅତ୍ୟାଧୁନିକ ସିଷ୍ଟମ୍ ପରିଚାଳନା କରୁଛି । ବର୍ତ୍ତମାନ ଜାତୀୟ ସୂଚନା ନେଟୱାର୍କ ଭାବରେ ଜଣାଶୁଣା ଏବଂ ଚୀନର ଗ୍ରେଟ ଫାୟାରୱାଲ ପରି ଏକ ବ୍ୟାପକ ପ୍ରକଳ୍ପ 2005 ରେ ଆରମ୍ଭ କରାଯାଇଥିଲା । ଏହା କମ୍ପାନୀଗୁଡିକ ଇରାନର ଡାଟା ସେଣ୍ଟର ବ୍ୟବହାର କରିବାକୁ ଆବଶ୍ୟକ କରିଥାଏ । ଏଥିସହିତ ଇଣ୍ଟରନେଟ୍ ଉପଭୋକ୍ତାଙ୍କୁ ସେମାନଙ୍କର ସାମାଜିକ ଆଇଡି ଏବଂ ଟେଲିଫୋନ୍ ନମ୍ବର ବ୍ୟବହାର କରି ପଞ୍ଜିକରଣ କରିବାକୁ ବାଧ୍ୟ କରିଥାଏ ।












Click it and Unblock the Notifications