ଆମେରିକା F-15 ଯୁଦ୍ଧ ବିମାନକୁ ଖସାଇଲା ଇରାନ
ଖସିଲା ଆମେରିକାର F-15 ଯୁଦ୍ଧ ବିମାନ । ଇରାନ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଆମେରିକା ବାୟୁସେନାର ଏକ F-15E ଷ୍ଟ୍ରାଇକ୍ ଇଗଲ୍ ଯୁଦ୍ଧବିମାନ କୁଏତର ପଶ୍ଚିମ ଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ନିଜ ସେନାର ଭୁଲ ଆକ୍ରମଣ ଯୋଗୁଁ ବିମାନ ଖସି ଥାଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ବିମାନଟି ଖସିବା ପୂର୍ବରୁ ପାଇଲଟ୍ ଜଣକ ପାରାସୁଟ୍ ସାହାଯ୍ୟରେ ତଳକୁ ଡେଇଁ ପଡ଼ିଥିଲେ । କୁଏତ ବାସିନ୍ଦା ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣକୁ ରୋକିବା ପାଇଁ କୁଏତର ପ୍ରତିରକ୍ଷା ପ୍ରଣାଳୀ (Patriot Missiles) କାର୍ଯ୍ୟ କରୁଥିବା ବେଳେ, ଭୁଲବଶତଃ ଆମେରିକୀୟ ବିମାନକୁ ଇରାନର ଶତ୍ରୁ ବିମାନ ଭାବି ଆକ୍ରମଣ କରିଦେଇଥିବା ସନ୍ଦେହ କରାଯାଉଛି ।
ଅନ୍ୟପଟେ ଇରାନର ସରକାରୀ ଗଣମାଧ୍ୟମ ଦାବି କରୁଛି ଯେ, ସେମାନଙ୍କ ସେନା ଏହି ବିମାନକୁ ଖସାଇ ଦେଇଛି, କିନ୍ତୁ ଏହାର କୌଣସି ସଠିକ୍ ପ୍ରମାଣ ମିଳିନାହିଁ। ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନ ଏବେ କୁଏତ, ବାହାରିନ ଏବଂ କତାରରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଲଗାତାର ଟାର୍ଗେଟ କରୁଛି ।
-
ଇରାନର ନୂଆ ସୁପ୍ରିମ୍ ଲିଡର ହେଲେ ମୁଜତାବା ଖାମେନେଇ -
ଇରାନର ସର୍ବୋଚ୍ଚ ନେତା ଖାମେନେଇ ନିହତ, ପ୍ରତିଶୋଧ ନିଆଁରେ ଜଳୁଛି ଇରାନ -
ଖାମେନିଙ୍କ ସହ ଚାରି ପରିବାର ସଦସ୍ୟ ମୃତ, ଇରାନ ୪୦ ଦିନିଆ ଜାତୀୟ ଶୋକ -
ମଧ୍ୟପ୍ରାଚ୍ୟର ମହାସଂଗ୍ରାମ, ଲେବାନନ୍ ଉପରେ ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍ -
ଇରାନର ସବୁଠୁ ଶକ୍ତିଶାଳୀ ମୁଖ୍ୟାଳୟକୁ ଧ୍ୱଂସ କଲା ଆମେରିକା ସେନା -
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର ଗଣତିମଣତି ନେଇ... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ବଢ଼ିଲା ଅଶୋଧିତ ତୈଳ ଦର -
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି -
ଇରାନ ସହ ସଂଘର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ, କହିଲେ ସମସ୍ତ ଉଦ୍ଦେଶ୍ୟ ହାସଲ ନହେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ -
ପାକିସ୍ତାନ - ଆଫଗାନିସ୍ତାନ ସଂଘର୍ଷ, ଯୁଦ୍ଧ ବନ୍ଦ କରି ଆଲୋଚନା ପାଇଁ ବସ ; ଋଷ -
ଆଫଗାନିସ୍ତାନ-ପାକିସ୍ତାନ ଯୁଦ୍ଧରେ ଏଣ୍ଟ୍ରି କରିବେ କି ଟ୍ରମ୍ପ? କହିଲେ… -
ବେସାମରିକ ବିମାନ ଉଡ଼ାଣ ବନ୍ଦ ଘୋଷଣା କଲା ଇସ୍ରାଏଲ୍











Click it and Unblock the Notifications