ସିରିଆରେ ଅସଦ ସରକାରଙ୍କୁ ଗାଦିତ୍ୟୁତ ପଛରେ ରହିଛି ଆମେରିକାର ହାତ!

ନୂଆଦିଲ୍ଲୀ: ସିରିଆରେ ୨୪ ବର୍ଷର ଅସଦ ସରକାରଙ୍କୁ ଗାଦିତ୍ୟୁତ ପଛରେ ଆମେରିକାର ହାତ ରହିଛି । ଏଭଳି ବୟାନ ଦେଇଛନ୍ତି ଅସଦଙ୍କ ସମର୍ଥକ ତଥା ଇରାନର ସର୍ବୋଚ୍ଚ ନେତା । ଖାମେନି କହିଛନ୍ତି ସିରିଆରେ ଯାହା ଘଟିଛି ତାହା ଆମେରିକା ଏବଂ ଇସ୍ରାଏଲର ଷଡ଼ଯନ୍ତ୍ର । ଏହାଛଡା ଆକ୍ରମଣ ପଛରେ ମୁସଲିମ ଦେଶଙ୍କ ହାତ ଥିବା କହିଛନ୍ତି ଖାମେନି । ଏନେଇ ତାଙ୍କ ପାଖରେ ପ୍ରମାଣ ଅଛି । ତୁମେ କରିଥିବା ଚାଲାଖି ଧରାପଡିଛି। ପ୍ରଶ୍ନ ଉଠିଛି ସର୍ବୋଚ୍ଚ ନେତା ସିରିଆର କେଉଁ ପଡ଼ୋଶୀ ଦେଶ ବିଷୟରେ କହୁଛନ୍ତି?

ବଶର ଅଲ-ଅସଦ ସିରିଆରୁ ରୁଷିଆକୁ ପଳାୟନ କରିବା ପରେ, ହାୟାତ୍ ଅଲ୍ ଶ୍ୟାମ(ଏଚଟିଏସ ) ବିଦ୍ରୋହୀମାନେ ଦେଶର ଅଧିକାଂଶ ଅଂଶ ଦଖଲ କରିଛନ୍ତି। ତୁର୍କୀ ସମର୍ଥିତ ହାୟାତ୍ ଅଲ-ଶ୍ୟାମ ବିଦ୍ରୋହୀମାନେ ବର୍ତ୍ତମାନ ସେହି ଅଞ୍ଚଳକୁ କବଜା କରିବାରେ ବ୍ୟସ୍ତ ଅଛନ୍ତି ଯେଉଁଠାରେ ଅସଦ ‌ସୈନ୍ୟବାହିନୀର ମଧ୍ୟ ନିୟନ୍ତ୍ରଣ ନ ଥିଲା।

khameni

ଏହି କ୍ଷେତ୍ରଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଡେଇର ଇଜୋର ଯାହା ଦେଶର ପୂର୍ବ ଅଞ୍ଚଳରେ ଅବସ୍ଥିତ। ଏଚଟିଏସ ସିନିୟର କମାଣ୍ଡର ହାସନ ଅବଦୁଲ ଘାନି ଦାବି କରିଛନ୍ତି ଯେ, ତାଙ୍କ ସୈନ୍ୟବାହିନୀ ଡେଇର ଇଜୋର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିଛନ୍ତି। ସେ କହିଛନ୍ତି, ଖୁବ ଶୀଘ୍ର ସହରର ଅନ୍ୟ ଅଞ୍ଚଳରେ ଏଚଟିଏସ ନିଜର ସ୍ଥିତିକୁ ମଜବୁତ କରିବ।

ଯାହାଦ୍ୱାରା ସୁରକ୍ଷାକୁ ମଜବୁତ କରାଯାଇପାରିବ। ସେ କହିଛନ୍ତି ଯେ, ଡେଇର ଏଜୋର ନିକଟରେ ଅବସ୍ଥିତ ରଣନୀତିଗତ ଗୁରୁତ୍ୱପୂର୍ଣ୍ଣ ସହର ବୋଉକମାଲ ମଧ୍ୟ ବିଦ୍ରୋହୀମାନଙ୍କ ଦ୍ୱାରା ଦଖଲ ହୋଇଛି। ଏଚଟିଏସ ସଦସ୍ୟମାନେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, 'ଆମେ ରାକ୍କା ଏବଂ ହାସାକା ଏବଂ ପୂର୍ବ ସିରିଆର ଅନ୍ୟାନ୍ୟ ଅଞ୍ଚଳ ଆଡକୁ ଯିବୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+