Get Updates
Get notified of breaking news, exclusive insights, and must-see stories!

ଇରାନ ରାଷ୍ଟ୍ରପତି ଇବ୍ରାହିମ ରୈସିଙ୍କ ମୃତ୍ୟୁର ଆସିଲ ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଛି । ତାଙ୍କ ସହ ହେଲିକପ୍ଟରରେ ଯାତ୍ରା କରୁଥିବା ବୈଦେଶିକ ମନ୍ତ୍ରୀ ହୋସେନ ଅମିର୍ ଅବଦୋଲ୍ଲାହାନଙ୍କ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ପ୍ରାଣ ହରାଇଛନ୍ତି । ରଇସିଙ୍କର ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ ଆସି ନଥିଲା ସରକାରୀ ବୟାନ । କିନ୍ତୁ ବର୍ତ୍ତମାନ ରୈସିଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ଜାରି କରାଯାଇଛି ।

ଇରାନ ସେନା ପକ୍ଷରୁ ଜାରି ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ କୌଣସି ପ୍ରକାର ସନ୍ଦିଗ୍ଧ କାର୍ଯ୍ୟ ହୋଇ ନ ଥିବା କୁହାଯାଇଛି ।ରିପୋର୍ଟରେ ଦର୍ଶାଯାଇଛି ଯେ, ପୂର୍ବ ନିର୍ଦ୍ଧାରିତ ରୁଟ୍‌ରେ ହେଲିକପ୍ଟରଟି ଯାତ୍ରା କରିଥିଲା । ଯାତ୍ରା ସମୟରେ ହେଲିକପ୍ଟର ଏହାର ରୁଟ୍‌ରୁ ବାହାରକୁ ଯାଇ ନ ଥିଲା । ହେଲିକପ୍ଟରରେ ଥିବା କର୍ମଚାରୀ ଏବଂ ୱାଚଟାୱାର କର୍ମଚାରୀଙ୍କ ମଧ୍ୟରେ ବାର୍ତ୍ତାଳାପ । ଏହି କଥାବାର୍ତ୍ତାରେ କୌଣସି ପ୍ରକାର ସନ୍ଦିଗ୍ଧ ଆଲୋଚନା ହୋଇ ନ ଥିବା ସ୍ପଷ୍ଟ ହୋଇଛି ।

investigation report on President Raisi s helicopter crash

ଦୁର୍ଘଟଣାର ଦେଢ଼ ମିନିଟ ପୂର୍ବରୁ ପାଇଲଟ୍ ସେହିପରି ହେଲିକପ୍ଟରର ଭଗ୍ନାବଶେଷରୁ ବୁଲେଟ୍ ମିଳିନାହିଁ । ଦୁର୍ଘଟଣା ପୂର୍ବରୁ ପାଇଲଟ୍ ଅନ୍ୟ ଦୁଇଟି ହେଲିକପ୍ଟରର ପାଇଲଟ୍‌ଙ୍କ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସଫଳ ହୋଇ ନ ଥିଲେ । ଏହି ୨ଟି ହେଲିକପ୍ଟର ରାଷ୍ଟ୍ରପତିଙ୍କ ଯାତ୍ରାରେ ସାମିଲ ହୋଇଥିଲା । ହେଲିକପ୍ଟରଟି ପାହାଡ଼ରେ ମାଡ଼ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+