ଇରାନର ଖୋଲା ଧମକ, ଇସ୍ରାଏଲକୁ ଶାସ୍ତି ଦେବାକୁ ଆମେ ପ୍ରସ୍ତୁତ
ଦୁଇ ମଧ୍ୟପ୍ରାଚ୍ୟ ଦେଶ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଥିବା ଶତ୍ରୁତା ଯେକୌଣସି ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହାର ପ୍ରତିରୋଧ କ୍ଷମତାକୁ ଧମକ ଦେଉଛନ୍ତି। କିନ୍ତୁ ଇରାନ ଏବେ ଶେଷ ପର୍ଯ୍ୟନ୍ତ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପରି ମନେ ହେଉଛି।
ଇରାନର ଇସଲାମିକ୍ ରିଭଲ୍ୟୁସନ ଗାର୍ଡ କର୍ପସ (IRGC )ର କମାଣ୍ଡର-ଇନ୍-ଚିଫ୍ ମେଜର ଜେନେରାଲ ହୁସେନ୍ ସଲାମି କହିଛନ୍ତି ଯେ, ଯଦିଓ ଇରାନ୍ ଇସଲାମିକ୍ ଗଣରାଜ୍ୟ ଯୁଦ୍ଧ ଆରମ୍ଭ କରିବ ନାହିଁ, ତଥାପି ଏହା ଯେକୌଣସି ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଆମେ ଯୁଦ୍ଧ ଆରମ୍ଭ କରିବୁ ନାହିଁ, କିନ୍ତୁ ଆମେ ଏଥିପାଇଁ ପ୍ରସ୍ତୁତ ବୋଲି ହୁସେନ ସଲାମି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଇରାନ ତାର ଶତ୍ରୁମାନଙ୍କୁ କିପରି ପରାସ୍ତ କରିବାକୁ ଜାଣିଛି ଏବଂ ଗୋଟିଏ ପାଦ ମଧ୍ୟ ପଛକୁ ହଟିବ ନାହିଁ। ସେ ଆହୁରି କହିଛନ୍ତି, ଆମେ ଶତ୍ରୁର ଧମକ କିମ୍ବା ଯୁଦ୍ଧର ସମ୍ଭାବନାକୁ ଭୟ କରୁନାହୁଁ। ଆମେ ସାମରିକ ଆକ୍ରମଣ ଏବଂ ମନସ୍ତାତ୍ତ୍ୱିକ ଯୁଦ୍ଧ ଉଭୟ ପାଇଁ ପ୍ରସ୍ତୁତ।












Click it and Unblock the Notifications