ଇରାନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ମାସୁଦ ପେଜସକିଆନ
Iran New President Masoud Pezeshkian: ଇରାନରେ ନରମପନ୍ଥୀ ମାସୁଦ ପେଜସକିଆନ ଶନିବାର ଅର୍ଥାତ୍ ଜୁଲାଇ ୬ ତାରିଖରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ସେ କଠୋରପନ୍ଥୀ ସୟିଦ ଜଲିଲିଙ୍କୁ ବହୁ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ପେଜସକିଆନ ଦେଶର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ରହିସାରିଛନ୍ତି ।

ସେ ଦେଶର ସ୍ଥିତି ସୁଧାରରେ ବିଶ୍ୱାସ ରଖନ୍ତି । ସେ ଏପରି ଜଣେ ନେତା ଯିଏ ପାଶ୍ଚାତ୍ୟ ଦେଶ ସହ ସମ୍ପର୍କ ସୁଦୃଢ କରିବାରେ ବିଶ୍ୱାସ ରଖନ୍ତି । ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଛି ।












Click it and Unblock the Notifications