Get Updates
Get notified of breaking news, exclusive insights, and must-see stories!

ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଇରାନ ବଡ଼ ଦାବି କରିଛି। ବୁଧବାର ଇରାନ ଦାବି କରିଛି ଯେ ଯୁଦ୍ଧର ପ୍ରଥମ ସପ୍ତାହରେ ଆମେରିକା ସେନାର ପ୍ରାୟ ୨୦୦ ସୈନିକ ପ୍ରାଣ ହରାଇଛନ୍ତି। ଏହା ସହିତ ୩୦୦୦ ସୈନିକ ଆହତ ହୋଇଛନ୍ତି। ଇରାନର ସରକାରୀ ଗଣମାଧ୍ୟମ 'ପ୍ରେସ୍ ଟିଭି' ଏହି ସୂଚନା ଦେଇଛି। ଇରାନର ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀଙ୍କ ଅନୁଯାୟୀ, ଫେବୃଆରୀ ୨୮ରୁ ଯୁଦ୍ଧ ଆରମ୍ଭ ହେବାର ପ୍ରଥମ ସାତ ଦିନ ମଧ୍ୟରେ ଅତି କମ୍‌ରେ ୨୦୦ ଆମେରିକୀୟ ସୈନିକ ନିହତ ହୋଇଛନ୍ତି ଏବଂ ୩,୦୦୦ ରୁ ଅଧିକ ଆହତ ହୋଇଛନ୍ତି।

war

ଇରାନ ଦାବି କରିଛି ଯେ ଯୁଦ୍ଧରେ ଆମେରିକାର ୧୫୦ଟି ମିସାଇଲ ଲଞ୍ଚ ପ୍ଲାଟଫର୍ମ, ୨୩ଟି ପାଟ୍ରିଅଟ୍ ଏୟାର ଡିଫେନ୍ସ ସିଷ୍ଟମ ଏବଂ ୩୭ଟି ବିମାନ ଓ ହେଲିକପ୍ଟର ଧ୍ୱଂସ ହୋଇଛି। ଇରାନର କହିବା କଥା ଯେ ଆମେରିକାର ପ୍ରାୟ ୪୩% ଅସ୍ତ୍ରଶସ୍ତ୍ର ଭଣ୍ଡାର ଏହି ଯୁଦ୍ଧରେ ଶେଷ ହୋଇସାରିଛି। ତେବେ ଆମେରିକା ପକ୍ଷରୁ ଇରାନର ଏହି ଦାବିକୁ ଅଗ୍ରାହ୍ୟ କରାଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡର କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମାତ୍ର ୧୩ ଜଣ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଛନ୍ତି। ପ୍ରାୟ ୨୦୦ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁଣି କାର୍ଯ୍ୟରେ ଯୋଗ ଦେଇସାରିଲେଣି। ଯୁଦ୍ଧରେ ଉଭୟ ପକ୍ଷ ନିଜର ବିଜୟ ଦାବି କରୁଛନ୍ତି। ଗୋଟିଏ ପଟେ ଆମେରିକାର ବଡ଼ କ୍ଷତି ହୋଇଥିବା ଇରାନ କହୁଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନର ସାମରିକ ଶକ୍ତି ପ୍ରାୟ ଶେଷ ହୋଇଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+