ଇସ୍ରାଏଲ-ହମାସ ଯୁଦ୍ଧ: ଇସ୍ରାଏଲକୁ ଖୋଲା ଧମକ ଦେଲେ ଇରାନର ସୁପ୍ରିମ ଲିଡର୍
ଗାଜା ଷ୍ଟ୍ରିପ୍ ଉପେର ଇସ୍ରାଏଲର ଆକ୍ରମଣ ଜାରି ରହିଥିବା ବେଳେ ବର୍ତ୍ତମାନ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନି ଇସ୍ରାଏଲକୁ ଖୋଲାଖୋଲି ଧମକ ଦେଇଛନ୍ତି । ସେ କହିଛନ୍ତି ଯଦି ଗାଜାରେ ଇସ୍ରାଏଲ ଆକ୍ରମଣ ବନ୍ଦ ନ କରେ ତେବେ ସମଗ୍ର ବିଶ୍ୱରେ କେହି ବି ମୁସଲିମ୍ ଓ ରେଜିଷ୍ଟାନ୍ସ ଫୋର୍ମକୁ ଅଟକାଇବାକୁ ସକ୍ଷମ ହୋଇ ପାରିବେ ନାହିଁ ।

ଇରାନର ଏକ ଟିଭି ଚ୍ୟାନେଲରେ ପ୍ରକାଶିକ ରିପୋର୍ଟ ଅନୁସାରେ, ଖାମେନି କହିଛନ୍ତି, ଯଦି ଇହୁଦି ଶାସନ ପକ୍ଷରୁ ପାଲେଷ୍ଟାଇନ ବିରୋଧରେ ଅପରାଧ ଜାରି ରହିବ, ତେବେ ସ୍ଥିତି ବିଗିଡିବ ଏବଂ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ଖୋଲାଖୋଲି ଚେତାବନୀ ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଗାଜା ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ନ ହେଲେ ମୁସଲିମ ଓ ରେଜିଷ୍ଚାନ୍ସ ଫୋର୍ସକୁ କେହି ଅଟକାଇ ପାରିବେ ନାହିଁ । ପାଲେଷ୍ଟାଇନବାସୀଙ୍କ ବିରୋଧ ଇହୁଦି ଶାସନର ଅଧିକାରୀମାନେ କରିଥିବା ଅପରାଧ ପାଇଁ ନିଶ୍ଚିତ ଦଣ୍ତ ପାଇବା ଦରକାର । ସୂଚନାଥାଉ ଯେ, ୧୯୭୯ରୁ ଇସଲାମିକ ରେଭ୍ୟୁଲେସନ ପକ୍ଷରୁ ପାଲେଷ୍ଟାଇନକୁ ସମର୍ଥନ କରାଯାଉଛି । ହମାସ ତେହରାନ ସମର୍ଥନ କରିଆସୁଛି ଏବଂ ଗାଜାକୁ ନିୟନ୍ତ୍ରଣ କରୁଥିବା ହମାସ ଇରାନ ପାଣ୍ଠି ମଧ୍ୟ ଯୋଇଗା ଥାଏ ।
ଅକ୍ଟୋବର ୭ତାରିଖଠୁ ଇସ୍ରାଏଲ ଓ ପାଲେଷ୍ଟାଇନର ଯୁଦ୍ଧ ଲାଗି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪ ହଜାର ଜଣଙ୍କର ମୃତ୍ୟୁ ହୋଇଛି । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଇସ୍ରାଏଲ ସେନା ଏବେ ଗାଜାରେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଆକ୍ରମଣ କରୁଛନ୍ତି ।












Click it and Unblock the Notifications