ଯୁଦ୍ଧ ବିରତି ପରେ ବି ଇସ୍ରାଏଲ ଉପରେ ଆକ୍ରମଣ କଲା ଇରାନ

ପୁଣି ଇସ୍ରାଏଲ ଉପରେ ମିସାଇଲ୍ ମାଡ କଲା ଇରାନ । ଯୁଦ୍ଧ ବିରତି ପରେ ବି ଇସ୍ରାଏଲ ଉପରେ ଇରାନ କଲା ବଡ ହମଲା । ୧ ଘଣ୍ଟା ଭିତରେ ତିନି ତିନି ଥର ବଡ ଆକ୍ରମଣ କରିଛି ଇରାନ୍ । ଭୋର୍ ୪ଟା ବେଳେ ଆକ୍ରମଣ କରିଥିବା ସୂଚନା । ତେବେ ଇରାନର ମିସାଇଲ୍ ମାଡରେ ୬ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି ହୋଲି ସୂଚନା ମିଳିଛି ।

ସେପଟେ ଇରାନ-ଇସ୍ରାଏଲ ମଧ୍ୟରେ ଆମେରିକା ଯୁଦ୍ଧ ବନ୍ଦ କରିଥିବା କୁହାଯାଉଥିବା ବେଳେ ଇରାନ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରି କେଉଁ ବାର୍ତ୍ତା ଦେଲା ତାହା ଏବେ ସ୍ପଷ୍ଟ ବୁଝି ହେଉଛି । ଇରାନ୍ ଇସ୍ରାଏଲକୁ ଶେଷ ମୁହୂର୍ତ୍ତ ଯାଏଁ ଲଢେଇ କରିବାର କ୍ଷମତା ରଖିଛି ବୋଲି ସଂକେତ ଦେବା ସହ ଆମେରିକାକୁ ମଧ୍ଯ ଚେତେଇଦେଲା କି ଚାପରେ ଇରାନ କେବେ ମୁଣ୍ଡ ନୁଆଁଇବନି ବୋଲି ।

Iran launches attack as ceasefire begins

ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି- ଶେଷ ମୁହୂର୍ତ୍ତ ଯାଏଁ ଆମେ ହମଲା କରିବୁ । ଆମର ଶକ୍ତିଶାଳୀ ସେନାବାହିନୀ ଶେଷ ସମୟ ଯାଏଁ ଇସ୍ରାଏଲକୁ ଦଣ୍ଡ ଦେଇଚାଲିଥିବେ । ଇରାନବାସୀଙ୍କ ସମେତ ସେନାକୁ ଧନ୍ୟବାଦ ଦେଇଛନ୍ତି ଆବାସ୍ । କହିଛନ୍ତି ଜୀବନର ଶେଷ ରକ୍ତ ବୁନ୍ଦା ଯାଏଁ ସେମାନେ ଦେଶର ରକ୍ଷା କରିବାକୁ ଲଢେଇ କରିଛନ୍ତି । ତେବେ ଯୁଦ୍ଧରେ ବିରାମ ପରେ ଇରାନର ପୁନଶ୍ଚ ଆକ୍ରମଣ କଣ ସୂଚନା ଦେଉଛି । ଟ୍ରମ୍ପଙ୍କ ଏହି ଘୋଷଣାକୁ ଇରାନ ଖାତିର କରୁନି କି ନା ପୁଣି ଘନେଇବ ଯୁଦ୍ଧ ଆଶଙ୍କା । ଯେମିତି ଚାଲିଥିଲା ସେମିତି ଚାଲିବ କି ଯୁଦ୍ଧ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+